ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ସୂର୍ଯ୍ୟଦେବ ଏବଂ ଭଗବାନ ଶନିଦେବଙ୍କ ମଧ୍ୟରେ ପିତା-ପୁତ୍ରର ସମ୍ପର୍କ ରହିଛି । କିନ୍ତୁ ଏହାପରେ ବି ଉଭୟଙ୍କ ମଧ୍ୟରେ ଦୃଢ ଶତୃତା ରହିଛି । ମାତ୍ର ବହୁତ କମ ଲୋକ ହୁଏତ ଜାଣିଥିବେ କି ପିତା-ପୁତ୍ରର ସମ୍ପର୍କ ପରେ ବି ଉଭୟଙ୍କ ମଧ୍ୟରେ ଏତେ ଶତୃତା କାହିଁକି ।
ପୌରାଣିକ କଥାନୁସାର ସୂର୍ଯ୍ୟଦେବଙ୍କ ପ୍ରଖର କିରଣ ସହ୍ୟ କରି ପାରୁନଥିଲେ ତାଙ୍କ ପତ୍ନୀ ସରନ୍ୟା । ସମୟ ବିତିବା ସହିତ ଦୁହିଁଙ୍କର ମନୁ, ଯମ, ୟମୀ ନାମକ ସନ୍ତାନ ହୋଇଥିଲା । ଏହାରି ମଧ୍ୟରେ ସରନ୍ୟାଙ୍କ ପାଇଁ ସୂର୍ଯ୍ୟଦେବଙ୍କ ପ୍ରଖର କିରଣ ସହ୍ୟ କରିବା ଅସମ୍ଭବ ହୋଇ ପଡିଥିଲା । ଏହି ସମସ୍ୟାରୁ ରକ୍ଷା ପାଇଁ ସରନ୍ୟାଙ୍କ ମନକୁ ଏକ ବୁଦ୍ଧି ଜୁଟିଥିଲା । ଏହାପରେ ସରନ୍ୟା ତାଙ୍କ ପରଛାଇ ଛାୟାକୁ ସୂର୍ଯ୍ୟଦେବଙ୍କ ନିକଟରେ ଛାଡି ନିଜେ ପଳାୟନ କରିଥିଲେ । କିନ୍ତୁ ଛାୟାଙ୍କ ବିଷୟରେ କିଛି ଜାଣି ପାରିନଥିଲେ ସୂର୍ଯ୍ୟଦେବ । କି କେବେ ଛାୟାଙ୍କ ଉପରେ ସନ୍ଦେହ ମଧ୍ୟ କରିନଥିଲେ ସୂର୍ଯ୍ୟଦେବ । ଉଭୟ ଖୁସୀ-ଖୁସୀ ଭାବେ ଜୀବନ ଅତିବାହିତ କରିବାରେ ଲାଗିଲେ । ଏହାପରେ ଦୁହିଁଙ୍କର ସାବଣ୍ୟ, ମନୁ, ତପତି, ଭଦ୍ରା ଏବଂ ଶନି ନାମକ ସନ୍ତାନ ଜନ୍ମ ହେଲା ।
ଯେତେବେଳେ ଛାୟାଙ୍କ ଗର୍ଭରେ ଶନି ରହିଥିଲେ ସେହି ସମୟରେ ଛାୟା ଖୁବ୍ ବ୍ରତ ଏବଂ ଉପବାସ କରୁଥିଲେ । ଛାୟା ଅତ୍ୟଧିକ ବ୍ରତ ଏବଂ ଉପବାସ କରିବା ଦ୍ୱାରା ଶନିଦେବଙ୍କ ରଙ୍ଗ କଳା ହୋଇଯାଇଥିଲା ।
ଏହାପରେ ଭଗବାନ ସୂର୍ଯ୍ୟ ତାଙ୍କ ପୁତ୍ରକୁ ଦେଖିବା ପାଇଁ ପତ୍ନୀ ଛାୟାଙ୍କ ନିକଟକୁ ଯାଇଥିଲେ । ସେହି ସମୟରେ ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ତାଙ୍କ ନେତ୍ର ବନ୍ଦ କରିଦେଇଥିଲେ ଶନି । ଏହାପରେ ସୂର୍ଯ୍ୟ ତାଙ୍କ ଦିବ୍ୟ ଦୃଷ୍ଟିରେ ତାଙ୍କ ପୁତ୍ର କଳା ହୋଇଥିବା ଦେଖିଥିଲେ । ଦେଖିବା ପରେ ତାଙ୍କର ଭ୍ରମ ସୃଷ୍ଟି ହୋଇଥିଲା କି ଏ ମୋର ପୁତ୍ର ହୋଇନପାରେ । ସୂର୍ଯ୍ୟଙ୍କ ମନରେ ଏଭଳି ଭ୍ରମ ରହିବା ଫଳରେ ସେ ତାଙ୍କ ପତ୍ନୀ ଛାୟାକୁ ତ୍ୟାଗ କରିଥିଲେ । ଏହି କାରଣରୁ ଶନି ତାଙ୍କ ପିତାଙ୍କ ଉପରେ ରାଗିଯାଇଥିଲେ ଏବଂ ଉଭୟଙ୍କ ମଧ୍ୟର ଶତୃତା ହୋଇଯାଇଥିଲା ।
ଏହାପରେ ଭଗବାନ ଶିବଙ୍କୁ କଠୋର ତପସ୍ୟା କରି ପ୍ରସନ୍ନ କରିଥିଲେ ଶନି । ଯେତେବେଳେ ଶିବ ତାଙ୍କୁ ବରଦାନ ମାଗିବାକୁ କହିଲେ ସେତେବେଳେ ଶନି କହିଲେ କି , ପିତା ସୂର୍ଯ୍ୟ ମୋର ମାତା ଛାୟାକୁ ଅନାଦର କରି ପ୍ରତାଡିତ କରିଛନ୍ତି । ସେଥିପାଇଁ ଆପଣ ମୋତେ ସୂର୍ଯ୍ୟଙ୍କଠାରୁ ଅଧିକ ଶକ୍ତିଶାଳୀ ଏବଂ ପୂଜ୍ୟ ହେବାର ବରଦାନ ଦିଅନ୍ତୁ ।
ଶନିଙ୍କ କଥାରେ ଶିବ ବରଦାନ ଦେଇଥିଲେ କି ତୁମେ ସବୁଠାରୁ ଶ୍ରେଷ୍ଠ ସ୍ଥାନ ପାଇବା ସହିତ ସର୍ବୋଚ୍ଚ ନ୍ୟାୟାଧିଶ ଏବଂ ଦଣ୍ଡାଧୀକାରୀ ବି ରହିବ । ସାଧାରଣ ମାନବ ସମେତ ଦେବତା, ଅସୁର, ସିଦ୍ଧ, ବିଦ୍ୟାଧର ଗନ୍ଧର୍ବ ନାଗ ଆଦି ସମସ୍ତେ ତୁମ ନାମରେ ଭୟଭୀତ ହେବେ । ସେବେଠାରୁ ଶନିଦେବଙ୍କ ଶନିଗ୍ରହ ସବୁଠାରୁ ଶକ୍ତିଶାଳୀ ଅଟନ୍ତି ।