ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପରମେଶ୍ୱରଙ୍କର ତିନି ମୁଖ୍ୟ ରୂପ ମଧ୍ୟରୁ ଗୋଟେ ରୂପ ହେଉଛି ଭଗବାନ ବିଷ୍ଣୁଙ୍କ ରୂପ । ହିନ୍ଦୁ ଧର୍ମ ଅନୁଯାୟୀ ତାଙ୍କୁ ବିଶ୍ୱର ପାଳନ ହର୍ତା ବୋଲି କୁହାଯାଇଥାଏ । ଏହାସହିତ ତାଙ୍କୁ ନାରାୟଣ ମଧ୍ୟ କୁହାଯାଏ । କୁହାଯାଏ ଭଗବାନ ବିଷ୍ଣୁଙ୍କ ଶକ୍ତିରେ ସାରା ବିଶ୍ୱ ଚାଲୁଛି । ବିଷ୍ଣୁ ତାଙ୍କର ଚାରୋଟି ହସ୍ତରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଧାରଣ କରିଥାନ୍ତି ।
ଆପଣ ଯେତେବେଳେ କାହାରିକୁ କିଛି ଉପହାର କରୁଥିବେ ତେବେ ତାର ବଦଳରେ ସେ ବି କିଛି ସହାୟକ ହେବ ବୋଲି ଆପଣ ଆଶା ମଧ୍ୟ ରଖିଥିବେ । ମାତ୍ର ବିଷ୍ଣୁ ପୁରାଣ ଅନୁସାରେ ଭଗବାନ ବିଷ୍ଣୁ କହିଛନ୍ତି କି ଉପକାର କରି ଚାଲନ୍ତୁ ତା ବଦଳରେ କିଛି ଆଶା ରଖନ୍ତୁ ନାହିଁ ।
ସେହିପରି ଧାର୍ମିକ କଥାରେ ବର୍ଣ୍ଣିତ ଅଛି କି ଧରାପୃଷ୍ଠରେ ଯେବେ ପାପ ବଢିଲା ସେବେ ଭଗବାନ ବିଷ୍ଣୁ ସମାଜକୁ ସୁଧାରିବା ପାଇଁ ଅବତାର ନେଇଥିଲେ । ସବୁଠୁ ଆଗରେ ତାଙ୍କ ସାମାଜିକ ହିତ ଥିଲା । ସେଥିପାଇଁ ଆମକୁ ବି ନିଜର ସାମାଜିକ ଦୃଷ୍ଟିକୋଣ ଭଲ ରଖିବା ଉଚିତ୍ ।
ଅଶୁର ଯେବେ ବି ବିନାଶ କରିବାକୁ ଆରମ୍ଭ କରିଛି ସେବେ ବିଷ୍ଣୁ ଭଗବାନଙ୍କ ଶରଣାପର୍ଣ୍ଣ ହୋଇଛନ୍ତି ଦେବତାଗଣ । ବିଷ୍ଣୁଙ୍କ ପ୍ରଥମ ସନ୍ଦେଶ ଧୈର୍ଯ୍ୟ ରଖିବା । ଧୈର୍ଯ୍ୟତାପୂର୍ଣ୍ଣ ହିଁ ସଂସାରକୁ କଲ୍ୟାଣ କରିଛି । ସେଥିପାଇଁ ଜୀବନରେ କେବେ ବି ଧୈର୍ଯ୍ୟ ହରା ହେବା କଥା ନୁହେଁ । ବିପରୀତ ପରିସ୍ଥିତିକୁ ବି ଧୈର୍ଯ୍ୟ ରଖି ସାମ୍ନା କରିବା ଉଚିତ୍ ।
ଆଜିକାଲି ଦୁନିଆରେ କିଛି ବର୍ଷ ମଧ୍ୟରେ ବିବାହ ବନ୍ଧନ ଭାଙ୍ଗି ଯାଇଥାଏ । ମାତ୍ର ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ମଧ୍ୟରେ ସମ୍ପର୍କ ଏତେ ମାତ୍ରାରେ ସୁଦୃଢ ଯେ ସେ ଦୁଇ ହୋଇକି ବି ସର୍ବଦା ଏକ । ତାଙ୍କ ଶ୍ରୀଲକ୍ଷ୍ମୀନାରାୟଣ ଭଗବାନ ବୋଲି ମଧ୍ୟ କୁହଯାଇଥାଏ । ସେଥିପାଇଁ ସର୍ବଦା ଜୀବନସାଥୀଙ୍କୁ ସମ୍ମାନ କରିବା ଉଚିତ୍ ।