ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଫଗାନିସ୍ତାନର ଧୁରନ୍ଦର ବ୍ୟାଟ୍ସମ୍ୟାନ ନଜୀବ ତାରକାଇଙ୍କ ନିଧନ । ୨୯ ବର୍ଷ ବୟସରଙ୍କ ତାଙ୍କର ମୃତ୍ୟୁ ହୋଇଛି । ଗତ ଅକ୍ଟୋବର ୨ ତାରିଖରେ ଏକ ସଡକ ଦୁର୍ଘଟଣାରେ ସେ ଗଭୀର ଭାବେ ଆହତ ହୋଇଥିଲେ । ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭରୀ ଆଘାତ ଲାଗିବା ଯୋଗୁଁ ସେ କୋମାକୁ ଚାଲିଯାଇଥିଲେ ।
ଶୁକ୍ରବାର ନନଗାରହରରେ ଏକ ଷ୍ଟୋରରୁ ବାହାରି ରାସ୍ତା ପାର ହେଉଥିବା ସମୟରେ ନଜୀବଙ୍କୁ ଏକ କାର ଧକ୍କା ଦେଇଥିଲା । ଏହାପରେ ତାଙ୍କ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା ।
ଆଫଗାନିସ୍ତାନ ପକ୍ଷରୁ ଏକ ୱାନଡେ ମ୍ୟାଚ ଏବଂ ୧୨ ଟି-୨୦ ଇଂଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି ନଜୀବ । ଫାଷ୍ଟକ୍ଲାସ କ୍ରିକେଟରେ ତାଙ୍କର ପ୍ରଦର୍ଶନ ବେଶ ସାନଦର ରହିଛି ।