ଆବୁଧାବି (ଏଟିଆର ବ୍ୟୁରୋ): ଟି-ଟ୍ୱେଣ୍ଟି ବିଶ୍ୱକପର ଆଜି ସବୁଠୁ ବଡ ମୁକାବିଲା । ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆଜି ସନ୍ଧ୍ୟା ସାଢେ ୭ଟାରେ ଦୁବାଇର ଦୁବାଇ ଇଂଟରନାସନାଲ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ ପ୍ରୋଫାଇଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଦୁଇଟି ଯାକ ଟିମ୍ ଗ୍ରୁପ ବି ରେ ରହିଛନ୍ତି ।
ୱାର୍ଲକପ ମ୍ୟାଚରେ ଭାରତ ଆଜି ପର୍ଯ୍ୟନ୍ତ ପାକିସ୍ତାନଠାରୁ ହାରିନି । ଆଜିର ମ୍ୟାଚରେ ଭାରତର ଏହି ରେକର୍ଡ ବଜାୟ ରଖିବା ପାଇଁ ମଧ୍ୟ ଚାପ ରହିବ । ଭାରତୀୟ ଟିମରେ ୫ ବ୍ୟାଟ୍ସମ୍ୟାନ, ଜଣେ ୱିକେଟକିପର, ୩ ଅଲରାଉଣ୍ଡର, ୩ ସ୍ପିନର ଏବଂ ୩ ବୋଲର ରହିଛନ୍ତି ।
ଟି୨୦ ବିଶ୍ୱକପର ମୁହାମୁକିିଲା ପୂର୍ବରୁ ବିରାଟ କୋହଲି କହିଛନ୍ତି କି, ଆମେ ଆମ ବିଜୟକୁ ନେଇ ସମ୍ପୂର୍ଣ୍ଣ ପଜିଟିଭ ଅଛୁ ।