ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ହନୁମାନଙ୍କ ପ୍ରିୟ ବାର ହେଉଛି ମଙ୍ଗଳବାର । ଏହି ବାରରେ ବିଧି ବିଧାନ ସହ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏହାସହିତ ଏହିଦିନ ଯେଉଁ ଭକ୍ତ ବିଧି ପୂର୍ବକ ହନୁମାନ ଚାଳିଶା ପାଠ କରନ୍ତି ତାଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ଭଗବାନ ହନୁମାନଙ୍କୁ ସଙ୍କଟମୋଚନ ବୋଲି କୁହାଯାଇଥାଏ । ସେ ସମସ୍ତ ସଙ୍କଟରୁ ପାରି କରିଥାନ୍ତି ।
ସମସ୍ତ ନିୟମ ପାଳନ କରୁଥିବା ଦେବତା ହେଉଛନ୍ତି ଭଗବାନ ହନୁମାନ । ସେଥିପାଇଁ ହନୁମାନଙ୍କ ପୂଜାରେ ନିୟମର ବିଶେଷ ଧ୍ୟାନ ରଖିବା ଉଚିତ । ଖାସ କରି ମଙ୍ଗଳବାର ହନୁମାନ ଚାଳିଶା ପାଠ କରିବା ପୂର୍ବରୁ ପ୍ରଥମେ ସ୍ନାନ ସଉଚ ସାରି ପୂଜା ସ୍ଥାନରେ ଆସନ ପକାଇ ବସି ଯାଆନ୍ତୁ । ଏହାପରେ ହନୁମାନ ଚାଳିଶା ପାଠ କରନ୍ତୁ । ଚାଳିଶା ପାଠ କରିବା ପୂର୍ବରୁ ଆପଣଙ୍କ ସମ୍ମୁଖରେ ଏକ ପାତ୍ରରେ ଜଳ ଭରି ରଖନ୍ତୁ ଏବଂ ଚାଳିଶା ଶେଷ ହେବା ପରେ ସେହି ଜଳକୁ ପ୍ରସାଦ ଭାବେ ଗ୍ରହଣ କରନ୍ତୁ ।