ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟର ସମସ୍ତ ପଞ୍ଚାୟତକୁ ଏଣିକି ଯୋଗାଇ ଦିଆଯିବ ଇଣ୍ଟରନେଟ ସୁବିଧା । ପଞ୍ଚାୟତ ଗୁଡିକୁ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଇଣ୍ଟରନେଟ ସଂଯୋଗ କରାଯିବ । ଏନେଇ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟନ୍ୱୟନ କମିଟି ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ଏହାସହିତ ସମସ୍ତ ପଞ୍ଚାୟରେ ଏପ୍ରିଲ ମାସ ସୁଧା ଇଣ୍ଟରନେଟ୍ ସଂଯୋଗ ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସେହିଅନୁଯାୟୀ ସମସ୍ତ ପଞ୍ଚାୟତ ସ୍ତରର ସରକାରୀ ମେଡିକାଲ, ବ୍ୟାଙ୍କ ଏବଂ କାର୍ଯ୍ୟାଳୟ ଗୁଡିକ ଆଦିରେ ଇଣ୍ଟରନେଟ ସୁବିଧା ମିଳିପାରିବ । ରାଜ୍ୟରେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ସରକାର ଏଭଳି ଯୋଜନା କରିଛନ୍ତି ।