ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଏମସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷରେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବିଡିଏ ଅଧ୍ୟକ୍ଷ ଭାବରେ ଅନନ୍ତ ନାରାୟଣ ଜେନାଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମେୟର ଅନନ୍ତ ଜେନା । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ୱ ସୂଚାରୁରୂପେ ନିର୍ବାହ କରିବେ । ଅନନ୍ତ ନାରାୟଣ ଜେନା ଦୁଇ ଦୁଇ ଥର ଭୁବନେଶ୍ୱରର ମେୟର ପଦରେ ଅବସ୍ଥାପିତ ହୋଇଛନ୍ତି ।ଅନନ୍ତଙ୍କ କାର୍ଯ୍ୟକାଳ ସମୟରେ ହିଁ ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇଛି।
୨୦୧୯ ନିର୍ବାଚନରେ ଅନନ୍ତ ଭୁବନେଶ୍ୱରର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତି ପଛରେ କିଛି ରହସ୍ୟ ଲୁଚି ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଆଗାମୀ ଦିନରେ ପଦ ଛାଡି ନିର୍ବାଚନ ଲଢିବେ କି ଏହି ପଦବୀରେ ରହିବେ ତାହା ସମୟ କହିବ ।
କିଛିଦିନ ପୂର୍ବେ ଏକ ଭିଡିଓରେ ମେୟରଙ୍କ ସହିତ ମହିଳାଙ୍କୁ ନେଇ ବହୁ ଘଟଣା ଘଟିଥିଲା । ଯାହାକୁ ନେଇ ରାଜଧାନୀରେ ବହୁ ଅଶାନ୍ତି ଦେଖା ଦେଇଥିଲା । ତେବେ ସେଇ ପ୍ରେସରରେ ବୋଧ ହୁଏ ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତି ନେଇଥାଇ ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ରାଜଧାନୀରେ ଅନନ୍ତଙ୍କ ବହୁ ସମର୍ଥକ ତାଙ୍କୁ ବିଧାୟକ ଭାବରେ ଦେଖିବା ପାଇଁ ଚାହୁଁଥିଲେ । କିନ୍ତୁ ସେମାନଙ୍କ ଆଶା କେବେ ପୂରଣ ହେବ?