ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଯୋଧ୍ୟାରେ ଭୂମିପୂଜନ ଶେଷ ହେବା ପରେ ଆରମ୍ଭ ହୋଇଯାଇଛି ରାମମନ୍ଦିର ନିର୍ମାଣ କାର୍ଯ୍ୟ । ସେବେଠୁ ଭକ୍ତମାନେ ରାମମନ୍ଦିର ପାଇଁ ବିଭିନ୍ନ ପୂଜା ଜିନିଷ ସମେତ ଟଙ୍କା ଦାନ କରୁଛନ୍ତି । ରାମମନ୍ଦିର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଦାନ ଆକାରରେ ଆସି ସାରିଲାଣି ।
ସେହିପରି ବୁଧବାର ତାମିଲନାଡୁର ରାମେଶ୍ୱରମରୁ ଦୀର୍ଘ ୪୫ ହଜାର କିଲୋମିଟର ଯାତ୍ରା କରି ୬୧୩ କିଲୋଗ୍ରାମର ଏକ ଘଣ୍ଟି ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ଦାନରେ ଦିଆଯାଇଛି । ଏହାକୁ ଲିଗଲ ରାଇଟ କାଉଁସିଲ ପକ୍ଷରୁ ଦାନ କରାଯାଇଛି । ଏହି ଘଣ୍ଟିର ବିଶେଷତ୍ୱ ହେଉଛି ଏହାର ଧ୍ୱନି ଅନେକ ଦୂର ଯାଏଁ ଶୁଭା ଯିବ ।
ପ୍ରକୃତରେ ସେପ୍ଟମ୍ବର ୧୭ ରେ ରାମେଶ୍ୱରରୁ ବାହାରିଥିବା ରାମ ରଥଯାତ୍ରା ୧୦ ଟି ରାଜ୍ୟ ହୋଇ ୨୧ ଦିନ ମଧ୍ୟରେ ଅଯୋଧ୍ୟାରେ ପହଁଚିଛି । ଏହି ଯାତ୍ରାରେ ମୋଟ ୧୮ ଲୋକ ସାମିଲ ଥିଲେ ।