ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟେତିଷ ଶାସ୍ତ୍ରରେ ଯଦି କୌଣସି ସମସ୍ୟା ଅଛି,ତେବେ ତାହାର ସମାଧାନର ବାଟ ମଧ୍ୟ ଅଛି । ଦାମ୍ପତ୍ୟ ଜୀବନରେ କଳହ,ଛାଡପତ୍ରର ଆଦି ସମସ୍ୟାର ସମାଧାନ ମୁଖ୍ୟ ହେଉଛନ୍ତି ଭଗବାନ ଶ୍ରୀ ହନୁମାନ ।
ଯେଉଁଭଳି ହନୁମାନ, ଭଗବାନ ରାମ ଏବଂ ସୀତା ମାତାଙ୍କୁ ମିଳନ କରାଇଥିଲେ । ସୀତାଙ୍କ ସୁହାଗର ରକ୍ଷା କରିବାକୁ ଯାଇ ହନୁମାନ ନିଜର ପ୍ରାଣ ବିଷୟରେ ବିଚାର କରିନଥିଲେ । ସେ ସୀତାଙ୍କ ପାଇଁ ସମୁଦ୍ର ଲଘଂନ କରିଥିଲେ । ଯେଉଁଭଳି ହନୁମାନଙ୍କ ପାଇଁ ଭଗବାନ ଶ୍ରୀ ରାମଙ୍କ ପୂରା ପରିବାର ଏକତ୍ର ହୋଇଥିଲେ । ଠିକ୍ ସେହିଭଳି ଶନି , ମଙ୍ଗଳ, ରାହୁ ଏବଂ ସୂର୍ଯ୍ୟଙ୍କ ସପ୍ତମ ଭାବରେ ଭଗବାନ ଶ୍ରୀ ହନୁମାନଙ୍କ ଶରଣାପର୍ଣ୍ଣ ହୋଇ ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ଫେରି ପାଇ ପାରିବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଛି ଉପଚାର କରିପାରିବେ ।
– ଘରର ଉତ୍ତର କୋଣରେ ହନୁମାନଙ୍କ ପ୍ରଭାଶାଳୀ ଫଟୋ ଲଗାନ୍ତୁ ।
– ରାହୁ ହେତୁ ଛାଡପତ୍ର ସ୍ଥିତିରେ ସାତ ଶନିବାର ସଂନ୍ଧ୍ୟାରେ ଦକ୍ଷିଣମୁଖୀ ହନୁମାନ ମନ୍ଦିରରେ ୭ଟି ନଡିଆ ଚଢାନ୍ତୁ ।
– ଶନି ହେତୁ ଛାଡପତ ସ୍ଥିିତିରେ ସାତ ଶନିବାର ହନୁମାନଙ୍କୁ ଗୁଡ ଭୋଗ ଲାଗାଇ କଳା ଗାଈକୁ ଖୁଆନ୍ତୁ ।
– ସୂର୍ଯ୍ୟଙ୍କ ହେତୁ ଛାଡପତ୍ର ସ୍ଥିତିରେ ରବିବାର ଦିନ ପୂର୍ବାମୂଖୀ ହନୁମାନ ମନ୍ଦିରରେ ଡାଳିମ୍ବ ଭୋଗ କରି କୌଣସି ନବ ଦମ୍ପତିଙ୍କୁ ଦେଇଦିଅନ୍ତୁ ।
– ମଙ୍ଗଳ ହେତୁ ଛାଡପତ୍ର ସ୍ଥିତିରେ ସାତ ମଙ୍ଗଳବାର ତମ୍ବା ଢାଳରେ ଗହମ ଭରି ସେଥିରେ ସିନ୍ଦୁର ଚନ୍ଦନ ଲଗାଇ ହନୁମାନଙ୍କୁ ଚଢାନ୍ତୁ ।