ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ନାହାନ୍ତି ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ରାଜନୀତିଜ୍ଞ ଶରତ କୁମାର କର । ତାଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ବାର୍ଦ୍ଧ୍ୟକଜନିତ ରୋଗରେ ପୀଡିତ ଥିଲେ ଶ୍ରୀ କର । ସେଥିପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
କଟକ ଜିଲ୍ଲା ଚାଇଁପାଳ ଅଡେମ ମହେଶପୁର ଗାଁରେ ୧୯୩୯ ମସିହା ସେପ୍ଟମ୍ବା ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ କର । ଶିକ୍ଷା ସମାପ୍ତ ହେବା ପରେ ପରେ ସେ ରାଜନୀତିରେ ସାମିଲ ହୋଇଥିଲେ । ଏହାସହିତ ସେ ଶେଷ ପର୍ଯ୍ୟନ୍ତ ବିଜୁ ବାବୁଙ୍କୁ ସହଯୋଗୀ ଭାବେ କାମ କରି ଆସିଥିଲେ ।