ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗଭୀର ଅବପାତରେ ପରିଣତ ହୋଇଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ୫ଟି ଜିଲ୍ଲା ତଥା ଗଜପତି, ରାୟଗଡା, କୋରାପୁଟ, ମାଲକାନାଗିରି ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲିଠାରୁ ଦକ୍ଷିଣ ଓଡିଶା ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।
ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ ଆଜି ଆନ୍ଧ୍ର ଉପକୂଳ ଅତିକ୍ରମ କରୁଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ୫ ଜିଲ୍ଲା ସମେତ ଉପକୂଳ ଓଡିଶାର ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେଥିପାଇଁ ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିଅନୁଯାୟୀ କୋରାପୁଟ, ଗଜପତି, ଗଞ୍ଜାମ , ରାୟଗଡା ଏବଂ ମାଲକାନାଗିରି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା, କନ୍ଧମାଳ, ନବରଙ୍ଗପୁର ଆଦି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।