ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନା ପ୍ରକୋପ । ଏହି ମହାମାରୀକୁ ମାତ୍ ଦେବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ଟୀକା ପରୀକ୍ଷଣ ଚାଲିଛି । ଏହାରି ମଧ୍ୟରେ ବିଶ୍ୱର ଟୀକା ପ୍ରସ୍ତୁତ କରୁଥିବା ସବୁଠାରୁ ବଡ କମ୍ପାନୀ ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ ଆଶ୍ୱସ୍ତି କର ଖବର ଆସିଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଟୀକା ପ୍ରସ୍ତୁତ ହୋଇଯିବ ବୋଲି କମ୍ପାନୀ ଆଶା ପ୍ରକଟ କରିଛି ।
କମ୍ପାନୀ ପକ୍ଷରୁ କୁହାଯାଇଛି କି, ଯଦି ସବୁକିଛି ଠିକ୍ ରହିଲା ତେବେ ମାର୍ଚ୍ଚ ମାସରୁ ହିଁ କୋଭିଡ୧୯ ଟୀକା ଲଗାଇବାର ପ୍ର୍ରକ୍ରିୟା ଆରମ୍ଭ ହୋଇଯାଇ ପାରେ । ପୁଣେ ର ସେରମ ଇଂଷ୍ଟିଚ୍ୟୁଟରେ ଅକ୍ସଫୋର୍ଡ-ଏଷ୍ଟ୍ରେଜେନେକା ର କରୋନା ଟୀକା ପରୀକ୍ଷଣ ଚାଲିଛି ।
କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା. ସୁରେଶ ଯାଦବ କହିଛନ୍ତି କି, ଯଦି ରେଗୁଲେଟର୍ସ ଶୀଘ୍ର ମଞ୍ଜୁରୀ ଦିଅନ୍ତି ତେବେ ଭାରତରେ ମାର୍ଚ୍ଚ ୨୦୨୧ ସୁଦ୍ଧା କୋଭିଡ ଟୀକା ମିଳି ପାରେ ।