ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ ବାତ୍ୟା ଫୋନି ଭଳି ଭୟଙ୍କର ତାଣ୍ଡବକୁ କିଛି ଦିନ ନପୂରୁଣୁ ପୁଣି ଆସିଗଲା ଆଉ ଏକ ବାତ୍ୟା ବୁଲବୁଲ । ବୁଲବୁଲ ଉଭୟ ଓଡ଼ିଶା ଓ କୋଲକତା ସୀମାରେ ଥିବା ସୁନ୍ଦରବଣରେ ତାର ପ୍ରଭାବ ଦେଖାଇଥିଲା । ଏଥିରେ ଉଭୟ ରାଜ୍ୟରେ ଅନେକ କ୍ଷୟକ୍ଷତି ହୋଇଥିଲା । ଏହି ବତ୍ୟା ପରେ ପଶ୍ଚିମ ଓଡିଶା ଅଧିକ ପ୍ରଭାବିତ ହୋଇଥିବା ବେଳେ, ବାତ୍ୟା ବୁଲବୁଲ ତ ଯେମିତ ଓଡିଶାର ଅଣ୍ଟା ଭାଙ୍ଗି ଦେଇଥିଲା । ବାତ୍ୟା ବୁଲବୁଲ ପରେ କେନ୍ଦ୍ରୀୟ ଟିମ ଉଭୟ ରାଜ୍ୟକୁ ଯାଇ କ୍ଷୟକ୍ଷତିର ଅନୁସନ୍ଧାନ କରିବା ସହ କେନ୍ଦ୍ରକୁ ରିପୋର୍ଟ ପ୍ରଦାନ କରିଥିଲେ ।
କେନ୍ଦ୍ରୀୟ ଟିମର ରିପୋର୍ଟକୁ ଆଧାର କରି ଆଜି କେନ୍ଦ୍ର ସରକାର ଓଡିଶାକୁ ୫୫୨କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ସେହିପରି କୋଲକତାକୁ ୪୧୪.୧୯ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ବାତ୍ୟା ଫୋନି ସମୟରେ ମଧ୍ୟ କେନ୍ଦ୍ର ସରକାର ଫୋନିର ମୁକାବିଲା କରିବା ପାଇଁ ଆଗୁଆ ୩୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ବେଳେ ପରବର୍ତ୍ତି ମୁହୂର୍ତ୍ତରେ ୪ ହଜାର ୬ଶହ ୭୯ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।