ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସନାତନ ଧର୍ମରେ ଅନେକ କଥା ରହିଛି । ଯାହା କେବଳ ଅଧ୍ୟାତ୍ମିକ ରୂପେ ଫାଇଦା ହୋଇଥାଏ ତାହା ନୁହେଁ ବରଂ ଏହା ଦ୍ୱାରା ଅନ୍ୟ କ୍ଷେତ୍ରରେ ବି ଫାଇଦା ହୋଇଥାଏ । ସେହିପରି ଘରେ ଶଙ୍ଖ ରଖିବା, ଶଙ୍ଖକୁ ବଜାଇବା ଏବଂ ଶଙ୍ଖରେ ଜଳ ରଖି ଉଚିତ୍ ବ୍ୟବହାର କରିବା ଦ୍ୱାରା ଅନେକ ଫାଇଦା ହୋଇଥାଏ । କିଛି ଫାଇଦା ସିଧା ସଳଖ ସ୍ୱାସ୍ଥ୍ୟ ସହ ଜଡିତ ହୋଇଥାଏ । ଆଜି ଆମେ କହିବାକୁ ଯାଉଛୁ ପୂଜାରେ ଶଙ୍ଖ ବଜାଇବା ଏବଂ ଏହାକୁ ବ୍ୟବହାର କରିବାର ଫାଇଦା ସମ୍ପର୍କରେ ।
– ବିଶ୍ୱାସ ରହିଛି କି ଯେଉଁ ଘରେ ଶଙ୍ଖ ଥାଏ, ସେଠାରେ ମା’ଲକ୍ଷ୍ମୀ ବାସ କରିଥାନ୍ତି । ଧାର୍ମିକ ଗ୍ରନ୍ଥରେ ଶଙ୍ଖକୁ ଲକ୍ଷ୍ମୀଙ୍କ ଭାଇ ବୋଲି କୁହାଯାଇଥାଏ । କାରଣ ଲକ୍ଷ୍ମୀଙ୍କ ଭଳି ଶଙ୍ଖ ବି ସମୁଦ୍ର ରୁ ଉତ୍ପନ । ସମୁଦ୍ର ମନ୍ଥନରୁ ମିଳିଥିବା ୧୪ ରତ୍ନ ମଧ୍ୟରେ ଶଙ୍ଖକୁ ଗଣନା କରାଯାଇଥାଏ ।
– ଏହାସହିତ ମା’ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ତାଙ୍କ ହସ୍ତରେ ଶଙ୍ଖ ଧାରଣ କରିଥିବାରୁ ଏହା ଖୁବ୍ ଶୁଭ ହୋଇଥାଏ ।
– ପୂଜା ପର୍ବରେ ଶଙ୍ଖ ବଜାଇବା ଦ୍ୱାରା ବାତାବରଣ ପବିତ୍ର ହୋଇଥାଏ । ଯେଉଁ ପର୍ଯ୍ୟନ୍ତ ଶଙ୍ଖ ସ୍ୱର ଶୁଭିଥାଏ , ଏହାକୁ ଶୁଣିଲା ପରେ ଲୋକଙ୍କ ମନରେ ସକରାତ୍ମକ ବିଚାର ସୃଷ୍ଟି ହୋଇଥାଏ ।
– ଶଙ୍ଖ ଜଳରେ ଶିବ, ଲକ୍ଷ୍ମୀଙ୍କୁ ଅଭିଶେଖ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହେବା ସହ କୃପା ପ୍ରାପ୍ତ କରିଥାନ୍ତି ।
– ଶଙ୍ଖରେ ଜଳ ରଖି ସେହି ଜଳକୁ ଚାରିଆଡେ ଛିଞ୍ଚିବା ଦ୍ୱାରା ବାତାବରଣ ଶୁଦ୍ଧ ହୋଇଥାଏ ।
– ମାନ୍ୟତା ରହିଛି କି ଶଙ୍ଖ ପୂଜା ଦ୍ୱାରା ସମସ୍ତ କାମନା ପୂରଣ ହୋଇଥାଏ । ଏହାସହିତ ଖରାପ ଶକ୍ତି ପାଖ ମାଡନ୍ତି ନାହିଁ ।
– ବୈଜ୍ଞାନିକଙ୍କ ମତରେ ଶଙ୍ଖ ଶବ୍ଧରେ ବାତାବରଣରେ ଥିବା ସମସ୍ତ ଜୀବାଣୁ ଏବଂ କୀଟାଣୁ ନାସ ହୋଇଥାନ୍ତି ।
– ଶଙ୍ଖ ବଜାଇବା ଦ୍ୱାରା ଫୁସଫୁସ୍ରେ ବ୍ୟାୟାମ ହୋଇଥାଏ । ଯଦି ଶ୍ୱାସ ରୋଗୀ ନିୟମିତ ରୁପେ ଶଙ୍ଖ ବଜାଇବେ , ତେବେ ସେ ସମ୍ପୂର୍ଣ୍ଣ ରୋଗ ମୁକ୍ତ ହୋଇ ପାରନ୍ତି ।
– ଶଙ୍ଖରେ ରଖା ଯାଇଥିବା ଜଳ ସେବନ କରିବା ଦ୍ୱାରା ହାଡ ମଜବୁତ ହୋଇଥାଏ । ଏହା ଦାନ୍ତ ପାଇଁ ବି ଲାଭଦାୟକ ହୋଇଥାଏ । ଶଙ୍ଖରେ କ୍ୟାଲସିୟମ, ଫସଫରସ ଏବଂ ଗନ୍ଧକ ଥିବା ଯୋଗୁଁ ଏହା ଲାଭଦାୟକ ହୋଇଥାଏ ।
– ବାସ୍ତୁଶାସ୍ତ୍ର ମୁତାବକ ଶଙ୍ଖରେ ଅନେକ ଗୁଣ ରହିଛି ।ଯାହାଦ୍ୱାରା ଘରକୁ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଶଙ୍ଖ ଶବ୍ଧରେ ଶୋଇ ରହିଥିବା ଭୂମି ଜାଗ୍ରତ ହୋଇ ଶୁଭ ଫଳ ପ୍ରଦାନ କରିଥାଏ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024