ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୁଧବାର ଗୌରୀ ପୁତ୍ର ଭଗବାନ ଗଣେଶଙ୍କୁ ପୂଜା କରାଯିବାର ବିଧି ରହିଛି । ଏହି ଦିନ ଅସମ୍ଭବ କାମ ସମ୍ଭବ ହୋଇଥାଏ । ଏହିଦିନ ସକାଳୁ ସ୍ନାନ ସାରି ଗଣେଶ ଭଗବାନଙ୍କୁ ଆରାଧନା କରିବା ଉଚିତ୍ । ଏହାସହିତ ଭଗବାନ ଗଣେଶଙ୍କର ପ୍ରିୟ ଭୋଗ ମୋଦକ ପ୍ରସାଦରେ ଚଢାଇବା ଉଚିତ୍ ।
ଏହାବ୍ୟତିତ ବୁଧବାର ଦିନ ଭଗବାନ ଗଣେଶଙ୍କୁ ପୂଜା କରିବା ସମୟରେ ଗଣେଶ ଚାଳିଶା ପାଠ ଏବଂ ଆରତୀ କରିବା ଜରୁରୀ । ଏହି ଆରତୀ ଏବଂ ଚାଳିଶା ପାଠ କରିବା ଦ୍ୱାରା ଶ୍ରୀ ଗଣେଶ ପ୍ରସନ୍ନ ହୋଇ ସମସ୍ତ ମନସ୍କାମନା ପୂରଣ କରିପାରନ୍ତି ।