ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଚୈତ୍ର ନବରାତ୍ରୀ । ଏହି ଅବସରରେ ୯ ଦିନ ଯାକ ମା ଦୁର୍ଗାଙ୍କର ୯ଟି ସ୍ୱରୂପଙ୍କୁ ପୂଜା କରାଯିବାର ବିଧି ରହିଛି । ସେହିଅନୁଯାୟୀ ନବରାତ୍ରୀର ସପ୍ତମ ଦିନ ମା କାଳରାତ୍ରୀଙ୍କୁ ସମର୍ପିତ । ମାଙ୍କର ଏହି ସ୍ୱରୂପ ୩ଟି ନେତ୍ର ଧାରଣ କରନ୍ତି ।
ବିଶ୍ୱାସ ରହିଛି କି ନବରାତ୍ରୀର ସପ୍ତମଦିନ ମା କାଳରାତ୍ରୀଙ୍କ ଉପାସନା ଏବଂ ଆରାଧନା କରିବା ଦ୍ୱାରା ଭୂତ, ପ୍ରେତ ଏବଂ ଖରାପ ଶକ୍ତିର ଭୟ ଜୀବନରେ ଆସିନଥାଏ । ମା କାଳରାତ୍ରୀଙ୍କ ବର୍ଣ୍ଣ କୃଷ୍ଣ । ଏହି କାରଣ ପାଇଁ ତାଙ୍କୁ କାଳରାତ୍ରୀ କୁହାଯାଏ । ମାଙ୍କର ୪ଟି ଭୂଜ ରହିଛି ।
କୁହାଯାଏ କି ଯେଉଁ ଭକ୍ତ ସଚ୍ଚା ମନରେ ମା’ଙ୍କର ପୂଜା କରନ୍ତି ତାଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।