ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ । ରାତିରେ ବଡସିଂହାର ବେଶରେ ପଦ୍ମବେଶରେ ବିଭୂଷିତ ହେବେ ମହାପ୍ରଭୁ । ଏହି ବେଶରେ ବଡଠାକୁରଙ୍କ ନିକଟରେ ସ୍ୱତନ୍ତ୍ର ଖୀରି ଭୋଗ କରାଯିବ ।
ବିଧି ମୁତାବକ ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ପରବର୍ତ୍ତି ବୁଧବାର କିମ୍ବା ଶନିବାର ମହାବାହୁ ଏହି ଦୁର୍ଲଭ ବେଶରେ ସଜ୍ଜିତ ହୁଅନ୍ତି । ସେହିଅନୁଯାୟୀ ଚଳିତବର୍ଷ ୨୧ ତାରିଖରେ ଅମାବାସ୍ୟା ପଡିଥିବା ବେଳେ ଆଜି ବୁଧବାର ପଡିଥିବାରୁ ମହାବାହୁଙ୍କୁ ଏହି ପଦ୍ମବେଶରେ ସଜ୍ଜିତ କରାଯିବ ।