ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଚାଲିଛି ନବରାତ୍ରି , ଆଜି ହେଉଛି ନବରାତ୍ରୀର ଚତୁର୍ଥ ରାତି । ତେଣୁ ବିଶ୍ୱାସ କରାଯାଏ ଯେ ନବରାତ୍ରି ପାଳନ କରି ମା ଦୁର୍ଗାଙ୍କୁ ଉପସନା କଲେ ଷନ୍ତାନ ପ୍ରାପ୍ତି ହୋଇଥାଏ । ସ୍ୱାଗତ ଜଣାଉଛି ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମା’ଙ୍କ ଅବତାର କୁ । ଶୈବ ସାସ୍ତ୍ର ବା ଶକ୍ତି ଶାସ୍ତ୍ର ଅନୁସାରେ ମହିଶାସୁର ରାକ୍ଷସକୁ ବଦ୍ଧ କରିବା ପାଇଁ ମା’ ନେଇଥିଲେ ବନଦୁର୍ଗା ରୂପ । ଯାହାକୁ ଆମେ ନବରାତ୍ରି ଭାବେ ପାଳନ କରୁଛୁ । ତେଣୁ ନଅ ଦିନ ଯାଏଁ ମହିଶାସୁର ସହିତ ଯୁଦ୍ଧ କରି ଦଶମୀ ଦିନ ମା’ ମହିଶାସୁରର ବଦ୍ଧ କରିଥିବାରୁ ତାଙ୍କୁ ମହସାମର୍ଧିନି ମଧ୍ୟ କୁହାଯାଏ ।ତେଣୁ ନବରାତ୍ରିରେ ନଦିନରେ ଦୁର୍ଗାଙ୍କରର ନଅଟି ରୁପକୁ ପୂଜା କରାଯାଏ । ତେଣୁ ଆଜି ଆମେ ଜାଣିବା ମାଙ୍କର ଚତୁର୍ଥ ରୁପ ଉଷ୍ମଣ୍ଡା ରୁପ ବିଷୟରେ ଯାହାଙ୍କୁ ଏହି ସୁନ୍ଦର ପ୍ରକୃତିର ମା’ ବୋଲି କୁହାଯାଏ । ମା’ ଙ୍କର ନବରାତ୍ରୀର ଚତୁର୍ଥ ରୁପ ହେଉଛି କୁଷ୍ମଣ୍ଡା ରୂପ । ମା’ ଙ୍କର ଏହି ନାମ ତିନୋଟି ଶବ୍ଦରେ ତିଆରି ହୋଇଛି । କୁ-ର ମାନେ ହେଉଛି ଛୋଟ ,ଉଷ୍ମା ଅର୍ଥାତ ଉର୍ଜା ବା ନିଆଁ ପିଣ୍ଡୁଳା, ମଣ୍ଡା – ଏହାର ମାନେ ହେଉଛି , ପୁରାଣ ଅନୁସାରେ ନିଜର ଅତି ସୁନ୍ଦର ହସ ଦ୍ୱାରା ଗୋଟିଏ ଛୋଟ ଅଣ୍ଡା ଭଳି ଉର୍ଜାରୁ ସୃଷ୍ଟିର ରଚନା କରିଥିଲେ ମା’ ଦ୍ରୁ୍ଗା । ଅଷ୍ଟ ଭୁଜା ଧାରୀ ମା’ କୁଷ୍ମଣ୍ଡାଙ୍କ ହାତରେ ଅନେକ ପ୍ରକାରର ଅସ୍ତ୍ର ରହିଥାଏ । ମା’ କୁଷ୍ମଣ୍ଡା ହେଉଛନ୍ତି ସୃଷ୍ଟିର ରଚୟିତା । ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଙ୍କୁ ନିୟନ୍ତ୍ରଣ କରିଥାଆନ୍ତି ମା’ କୁଷ୍ମଣ୍ଡ।।ସେ ସମସ୍ତ ଶକ୍ତିର ଅଧିକାରୀ । ମା’ କୁଷ୍ମଣ୍ଡାଙ୍କୁ ସୁଖ, ସମୃଦ୍ଧି , ଦୀର୍ଘାୟୁ,ସାହସ, ଶକ୍ତି, ଓ ପ୍ରତିଷ୍ଠା ହାସଲ କରିବା ପାଇଁ ଉପସନା କରାଯାଏ । ମା’ କୁଷ୍ମଣ୍ଡାଙ୍କୁ ନବରାତ୍ରୀର ଚତୁର୍ଥ ଦିନ ମାନେ ଆଜିର ଦିନରେ ମାଲପୁଆ ଭୋଗ ଲଗାଯାଏ । ଏହା କରିବା ଦ୍ୱାରା ବୁଦ୍ଧିର ବିକାଶ ହୋଇଥାଏ ବୋଲି ବିଶ୍ୱାଶ ରହିଛି । ଏହି ପ୍ରସାଦ ଖାସ କରି ଛୋଟ ଛୁଆଙ୍କୁ ମଧ୍ୟ ଦିଆଯାଏ , କାରଣ ନବରାତ୍ରରେ ସନ୍ତାନ ପ୍ରାପ୍ତି କରିବା ପାଇଁ ମଧ୍ୟ ମା’ ଦୁର୍ଗାଙ୍କୁ ଆରାଧନା କରାଯାଏ । ମା କୁଷ୍ମଣ୍ଡାଙ୍କୁ ଚମେଲି ଫୁଲ ଲଗାଇଲେ ପଞ୍ଚ ଇନ୍ଦ୍ରିୟ ଜାଗୃତ ହୋଇଥାଏ ଓ ବିଚାର କରିବାର ଶକ୍ତି ଅଧିକ ଆସିଥାଏ ବୋଲି ବିଶ୍ୱାସ କରାଯାଏ । ମା’ କୁଷ୍ମଣ୍ଡାଙ୍କୁ ମଦର୍ ନେଚର ବା ପ୍ରକୃତି ମାତା କୁହାଯାଏ । ମା’ଙ୍କୁ ସର୍ବେସର୍ବା ବୋଲି ସମ୍ବୋଧନ କରାଯାଇଥାଏ । ଏହି ସୁନ୍ଦର ପ୍ରକୃତିକୁ ମା’ ହିଁ ଗଢିଛନ୍ତି । ତେଣୁ ମା’କୁଷ୍ମଣ୍ଡାଙ୍କୁ ପ୍ରକୃତି ସହିତ ତୁଳନା କରାଯାଇଛି । ମା’ ଯେହେତୁ ସୃଷ୍ଟି କର୍ତ୍ତା , ତାଙ୍କୁ ନିଜ ଜୀବନକୁ ସମର୍ପଣ କରିଥାଏ ଭକ୍ତ ।