ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ସୁନା ଝିଅ ଦୁତିକୁ ମିଳିଲା ପୁରସ୍କାର । ଦୂତି ପାଇବେ ଆଉ ୧.୫ କୋଟି ଟଙ୍କାର ପୁରସ୍କାର । ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡୋନୋସିଆର ଜାକର୍ତାରେ ଚାଲିଥିବା ଏସିଆନ ଗେମ୍ସରେ ଓଡିଆ ଝିଅ ଦୂତି ଚାନ୍ଦ ଦେଶ ପାଇଁ ଜିତିଛନ୍ତି ଆଉ ଏକ ରୌପ୍ୟ ପଦକ । ଗତକାଲି ଖେଳାଯାଇଥିବା ୨୦୦ ମିଟର ଦୌଡରେ ଦୂତି ଦ୍ୱିତୀୟ ସ୍ଥାନରେ ରହି ଦେଶ ପାଇଁ ରୌପ୍ୟ ପଦକ ଆଣି ପାରିଛନ୍ତି । ପୁର୍ବରୁ ଦୂତି ୧୦୦ ମିଟର ଦୌଡରେ ରୌପ୍ୟ ପଦକ ଜିତିଥିଲେ । ତେବେ ଏହାକୁ ମିଶାଇ ଦୂତିଙ୍କୁ ଏସୀୟ କ୍ରୀଡାରୁ ମୋଟ ଦୁଇଟି ରୌପ୍ୟ ପଦକ ମିଳିଛି । ଏହି ବିଜୟ ପାଇଁ ଦୂତିଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ମାନେ ଦୂତିଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୂତିଙ୍କ ପାଇଁ ଆଉ ଏକ ପୁରସ୍କାରର ଘୋଷଣା କରିଛନ୍ତି । ଦୁତିଙ୍କୁ ଆଉ ଦେଢ କୋଟି ଟଙ୍କାର ପୁରସ୍କାର ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଦୂତି ପୁର୍ବରୁ ୧୦୦ ମିଟର ଦୌଡରେ ରୋପ୍ୟ ପଦକ ଜିତିଥିବାରୁ ତାଙ୍କୁ ପୁର୍ବରୁ ମଧ୍ୟ ଦେଢ କୋଟି ଟଙ୍କାର ପୁରସ୍କାର ଦେଇଥିଲେ ମୁଖ୍ୟମନ୍ତ୍ରୀ । ଦୂତିଙ୍କ ପାଇଁ ମୋଟ ୩ କୋଟି ଟଙ୍କାର ପୁରସ୍କାର ଘୋଷଣା କରିସାରିଲେଣି ରାଜ୍ୟ ସରକାର । ଖାଲି ସେତିକି ନୁହେଁ ଏହାସହ ଆଗାମୀ ଅଲମ୍ପିକ୍ସ ପାଇଁ ଦୂତିଙ୍କ ପ୍ରସ୍ତୁତି ନିମନ୍ତେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଜଣାପଡିଛି । ନିଜ କ୍ରିଡା ଜୀବନରେ ବହୁ ସଂଘର୍ସ ସହିଥିବା ଦୂତି ଆଜି ନିଜକୁ ପ୍ରମାଣ କରାଇଥିବା ବେଳେ ତାଙ୍କ ପାଇଁ ଓଡିଶା ଗର୍ବ ଅନୁଭବ କରୁଛି । ଦୂତିଙ୍କ ସଫଳତା ପାଇଁ ସାରା ରାଜ୍ୟରେ ଖୁସିର ମାହୋଲ ଦେଖାଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024