ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଆୟୋଜିତ ହେଉଥିବା କେନ୍ଦ୍ରୀୟ ଶିକ୍ଷକ ପାତ୍ରତା ପରୀକ୍ଷା (ସିଟିଇଟି) ର ବୈଧତା ସାତ ବର୍ଷରୁ ବୃଦ୍ଧି କରାଯାଇ ଅଜୀବନ କରି ଦିଆଯାଇଛି । ରାଷ୍ଟ୍ରୀୟ ଅଧ୍ୟାପକ ଶିକ୍ଷା ପରିଷଦ (ଏନସିଟିଇ) ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଗତ ସେପ୍ଟମ୍ବର ୨୯ ରେ ଆୟୋଜିତ ହୋଇଥିବା ୫୦ତମ ସଭା ବୈଠକରେ ଏହି ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ଏନସିଟିଇ ।
ଏନସିଟିଇ ପକ୍ଷରୁ ୧୩ ଅକ୍ଟୋବରରେ ଜାରି କରାଯାଇଥିବା ନୋଟିସରେ କୁହାଯାଇଛି କି ଆଗକୁ ହେବାକୁ ଥିବା ସିଟିଇଟି ର ବୈଧତା ଅଜୀବନ ପର୍ଯ୍ୟନ୍ତ ରହିବ । ସେହିପରି ଉତ୍ତରପ୍ରଦେଶର ଶିକ୍ଷକ ପାତ୍ରତା ପରୀକ୍ଷା (ୟୁପି-ଟିଇଟି) ପାଞ୍ଚ ବର୍ଷ ପାଇଁ ମାନ୍ୟ ରହିଛି । ମାତ୍ର ଏବେ ସିଟିଇଟି ର ବୈଧତା ଆଜୀବନ ହୋବ ଯୋଗୁଁ ୟୁପି-ଟିଇଟି ରେ ଏନେଇ ଦାବି ହୋଇପାରେ ।
ସିବିଏସଇ ପକ୍ଷରୁ ପ୍ରତ୍ୟେକ ବର୍ଷ ଦୁଇ ଥର ସିଟିଇଟି ପରୀକ୍ଷା ଆୟୋଜିତ ହୋଇଥାଏ । ପ୍ରଥମ ପରୀକ୍ଷା ଜୁଲାଇ ଏବଂ ଦ୍ୱିତୀୟ ପରୀକ୍ଷା ଡିସେମ୍ବରରେ ଆୟୋଜିତ ହୋଇଥାଏ ।
ସିଟିଇଟି ର ପ୍ରଥମ ନିୟମାନୁସାରେ ସିଟିଇଟି ସାର୍ଟିଫିକେଟର ବୈଧତା ୭ ବର୍ଷ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏବେ ଏହାକୁ ଅଜୀବନ କରାଯାଇଛି ।