ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସୁଧୁରିବାକୁ ଲାଗିଛି ଭାରତର ଅର୍ଥନିତି । ଲକ୍ ଡାଉନ ପରେ ଏବେ କିଛି ମାତ୍ରାରେ ଦେଶର ଆର୍ଥିକ ପରିବର୍ତ୍ତନ ହେଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଅର୍ଥନୀତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କରୋନା ଭାଇରସ ପାଇଁ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିଲା । କିନ୍ତୁ ଏବେ ପୁଣି ଅର୍ଥନିତିରେ ସୁଧାର ଆସୁଥିବା ସେ କହିଛନ୍ତି । ତାଙ୍କ ମତରେ ଏବେ ଦେଶର ଆର୍ଥିକ ସ୍ଥିତି ସଜାଡିବାକୁ ପ୍ରୟାସ ଚାଲିଛି । ଅର୍ଥନୀତି ସୁଧୁରିବାର ଦ୍ୱାର ଦେଶରେ ପହଁଚି ସାରିଛି ଭାରତ । ବିଭିନ୍ନ କ୍ଷେତ୍ରରେ ଦେଶର ଅର୍ଥନିତିରେ ଅଭିବୃଦ୍ଧି ମଧ୍ୟ ପରିଲକ୍ଷିତ ହେଲାଣି । କରୋନାକୁ ଚ୍ୟାଲେଞ୍ଚ ଭାବେ ଗ୍ରହଣ କରି ଆଇନ ପ୍ରଣୟନକାରୀମାନେ ନିରନ୍ତର ପ୍ରୟାସ କରୁଛନ୍ତି । ସରକାର ମଧ୍ୟ ଏନେଇ ସବୁ ପ୍ରକାର ତାଲିକା ପ୍ରସ୍ତୁତ କରୁଛନ୍ତି । ସେ ଆହୁରି କହିଛନ୍ତି ଯେ, ମହାମାରୀ ପାଇଁ ବ୍ୟାଙ୍କ ଓ ଅଣବ୍ୟାଙ୍କିଂ ସଂସ୍ଥା ଗୁଡିକ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥିରୁ ମୁକୁଳିବା ପାଇଁ କ୍ୟାପିଟାଲ୍ ବଫର୍ ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି । ସରକାରଙ୍କ କିଛି ନିଷ୍ପତ୍ତି ମଧ୍ୟ ଏଦିଗରେ ସହାୟତା ପ୍ରଦାନ କରିବ । ଯାହା ଅର୍ଥନୀତିକୁ ପୂର୍ବାବସ୍ଥାକୁ ଫେରାଇ ଆଣିବ ବୋଲି ସେ କହିଛନ୍ତି । କରୋନା ଭାଇରସ ପାଇଁ ଏବେ ସବୁ କ୍ଷେତ୍ରରେ ପରିସ୍ଥିତି ଜଟିଳ ଅଛି , କିନ୍ତୁ ଏହା ପରେ ମଧ୍ୟ କିଛି କ୍ଷେତ୍ରରେ ସୁଧାର ଆସିଛି , ତେଣୁ ଅତି ଶିଘ୍ର ବଦଳିବାକୁ ଯାଉଛି ଭାରତର ଅର୍ଥନିତି ବ୍ୟବସ୍ଥା ।
JUST IN
-
ଶେଷ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ | 01 Jun 2024
-
ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ | 01 Jun 2024
-
ପିକ୍ ଆୱାରରେ କାମ ନକରିବାକୁ ଜନସାଧାରଣଙ୍କୁ ଏସଆରସିଙ୍କ ଅପିଲ | 31 May 2024
-
ଅସମ୍ଭାଳ ଗୁଳୁଗୁଳି, ୯ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ | 31 May 2024
-
ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ | 31 May 2024
-
ଜୁନ୍ ପ୍ରଥମ ସପ୍ତାହରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା | 29 May 2024
-
ଏଣିକି ଭୁବନେଶ୍ୱରରୁ ସିଧା ମାଲେସିଆ ବିମାନ ଯାତ୍ରା | 29 May 2024
-
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା | 29 May 2024
-
ହିଟ୍ ୱେଭ ପାଇଁ ଆଜି ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ | 29 May 2024
-
ଶେଷ ପର୍ଯ୍ୟାୟ ନିର୍ବାଚନ, ଆଜି ଓଡିଶାର ୩ ଟି ସ୍ଥାନରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି | 29 May 2024
-
ଆଗାମୀ ୪ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ | 28 May 2024
-
ରାଜ୍ୟରେ ଆଜିଠୁ ପୁଣି ବଢିବ ତାପମାତ୍ରା | 28 May 2024