ମୁମ୍ବାଇ (ଏଟିଆର ବ୍ୟୁରୋ): ମୁମ୍ବାଇ ପୋଲିସ ଆରମ୍ଭ କରିଦେଛି ତାର ଟାର୍ଗେଟ୍ । ବାନ୍ଦ୍ରା ପୁଲିସ ଦେଶଦ୍ରୋହ ମାମଲାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ସମନ ଜାରି କରିଛି। ଦୁଇ ଭଉଣୀଙ୍କୁ ସୋମବାର ଓ ମଙ୍ଗଳବାର ଥାନାକୁ ଡକାଯାଇଛି। ଜଣେ ଓକିଲଙ୍କ ପକ୍ଷରୁ ଦାୟର ଅଭିଯୋଗ ଆଧାରରେ ବାନ୍ଦ୍ରା କୋର୍ଟର ମାଜିଷ୍ଟ୍ରେଟ୍ଙ୍କ ଆଦେଶ କ୍ରମେ ଏହି ମାମଲା ରୁଜୁ ହୋଇଛି।
ମୁମ୍ବାଇର ବାନ୍ଦ୍ରା ଥାନାରେ ୨୦୨୦ ଅକ୍ଟୋବର ୧୭ରେ ଓ୍ଵାଦି ମୁନ୍ନଭର ଅଲି ଓରଫ ସାହିଲଙ୍କ ଅଭିଯୋଗ କ୍ରମେ ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ଆଇପିସିର ଧାରା ୧୫୩ଇ, ୨୯୫ଇ, ୧୨୪ଇ ଆଧାରରେ କଙ୍ଗନା ରଣାଓ୍ଵତଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି।ଦେଶଦ୍ରୋହର ଏହି ମାମଲାରେ ଅଦାଲତ ତୁରନ୍ତ ଆଗାମୀ କାର୍ୟ୍ୟାନୁଷ୍ଠାନ ଓ ତଦନ୍ତ କରିବାକୁ କୋର୍ଟଙ୍କୁ ଆଦେଶ ଦେଇଛନ୍ତି। ଏହା ପରେ ପୁଲିସ କଙ୍ଗନା ରଣାଓ୍ଵତ ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ଜେରା ପାଇଁ ସମନ ଜାରି କରିଛି। ଦୁଇ ଭଉଣୀଙ୍କୁ ଆସନ୍ତା ସୋମବାର ଓ ମଙ୍ଗଳବାର ଥାନାରେ ହାଜର ହେବାକୁ କୁହାଯାଇଛି। ବାନ୍ଦ୍ରା କୋର୍ଟରେ କାଷ୍ଟିଂ ନିର୍ଦ୍ଦେଶକ ସାହିଲ ଅସରଫ ସୈୟଦଙ୍କ ଅଭିଯୋଗ ପରେ ନିକଟରେ କଙ୍ଗନା ଓ ତାଙ୍କ ଭଉଣୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବାକୁ ଆଦେଶ ଦେଇଥିଲେ। କୋର୍ଟରେ ଦାଖଲ ଯାଚିକାରେ କୁହାଯାଇଥିଲା ଯେ, କଙ୍ଗନା ରଣାଓ୍ଵତ ଲଗାତାର ଭାବେ ବଲିଉଡକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି। ସାମାଜିକ ଗଣମାଧ୍ୟମ ମଞ୍ଚଠୁ ନେଇ ଟିଭି ପର୍ୟ୍ୟନ୍ତ, ସବୁ ଜାଗାରେ ବଲିଉଡ ବିରୋଧରେ କହୁଛନ୍ତି। ସେ ସର୍ବଦା ବଲିଉଡରକୁ ଅସଦାଚରଣ କରୁଛନ୍ତି । ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି କହିଛନ୍ତି ଅସରଫ ସୈଦ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024