ତେଲେଙ୍ଗାନା (ଏଟିଆର ବ୍ୟୁରୋ): ବାହୁବଳି ସୁପର ଷ୍ଟାର ପ୍ରଭାସ ଏବେ ଜିଣି ନେଇଛନ୍ତି ସମସ୍ତଙ୍କ ମନ । ବାହୁବଳିର ଅଭିନେତା ପ୍ରଭାସ ପୁଣି ଥରେ ଦେବତା ପାଲଟିଛନ୍ତି। ପ୍ରଭାସ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଦେଢ଼ କୋଟି ଟଙ୍କା ଦାନ କରିଛନ୍ତି ଯାହା ଦ୍ୱାରା ବନ୍ୟା ପ୍ରଭାବିତଙ୍କୁ ସାହାଯ୍ୟ କରାଯାଇପାରିବ। ହାଇଦ୍ରାବାଦରେ କିଛି ଦିନ ତଳେ ହୋଇଥିବା ବର୍ଷା କାରଣରୁ ୩୭ହଜାରରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି। ଜନଜୀବନକୁ ପୁଣି ଥରେ ଠିକ କରିବା ପାଇଁ ଡିଜାଷ୍ଟର ମ୍ୟାନେଜମେଣ୍ଟ ଟିମ୍ ଏବଂ ନିଗମ୍ କର୍ମଚାରୀ ଅନବରତ କାମ କରୁଛନ୍ତି ।ପ୍ରଭାସଙ୍କ ଏହି ଭଳି ମହତ କାମର ସୂଚନା ସାଉଥ ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରି ସହୁ ଜଡ଼ିତ ପିଆରଓ ବିଏ ରାଜୁ ଟ୍ୟିଟରରେ ସେୟାର କରିଛନ୍ତି। ପ୍ରଥମ ଥର ପ୍ରଭାସ ଏପରି କାମ କରି ନାହାନ୍ତି। ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲରେ କୋଭିଡ ରିଲିଫ ଫଣ୍ଡରେ ମଧ୍ୟ ୧କୋଟି ଟଙ୍କାର ଡୋନେସନ୍ ଦେଇଥିଲେ। ପ୍ରଭାସଙ୍କ ପୂର୍ବରୁ ବନ୍ୟା ପ୍ରଭାବିତଙ୍କ ସାହାଯ୍ୟ ପାଇଁ ମହେଶ ବାବୁ,ଜୁନିୟର ଏନଟିଆର,ଚିରଞ୍ଜିବୀ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଡୋନେସନ ଦେଇ ସାରିଛନ୍ତି।ଅକ୍ଟୋବର ୨୩ତାରିଖରେ ୪୧ତମ ଜନ୍ମଦିନ ପାଳନ କରିବାକୁ ଯାଉଥିବା ପ୍ରଭାସ ଏବେ ଇଟାଲୀରେ ଅଛନ୍ତି ଏବଂ ସେ ନିଜ ଆଗାମୀ ଫିଲ୍ମର ସୁଟିଂ କରୁଛନ୍ତି। ତାଙ୍କ ଆଗାମୀ ଫିଲ୍ମରେ ନାଗ ଅଶ୍ଚିନଙ୍କ ଅନାମ ଫିଲ୍ମ,ଓମ ରାଉତଙ୍କ ଆଦିପୁରୁଷ ଏବଂ ରାଧାକୃଷ୍ଣ କୁମାରଙ୍କ ଫିଲ୍ମ ରାଧେ ଶ୍ୟାମ ରହିଛି। ତେବେ ଏହା ପୂର୍ବରୁ ପ୍ରଭାସ ପରିବେଶ ପାଇଁ ମଧ୍ୟ ମହାନ କାମ କରିଥିଲେ । ଆସନ୍ତା କାଲି ସେ ତାଙ୍କ ଜନ୍ମ ଦିନ ପାଳନ କରିବାକୁ ଯାଇଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024