ମୁମ୍ବାଇ(ଏଟିଆର ବ୍ୟୁରୋ):ସଞ୍ଜୟ ଦତ୍ତ ତାଙ୍କ ପ୍ରଶଂସକଙ୍କୁ ବହୁତ ଭଲ ଖବର ଦେଇଛନ୍ତି। ସେ କର୍କଟ ରୋଗକୁ ହରେଇଛନ୍ତି । ସଞ୍ଜୟ ଦତ୍ତ କିଛି ସମୟ ପାଇଁ ଫୁସଫୁସ କର୍କଟ ସହ ସଂଘର୍ଷ କରୁଥିଲେ। ସେ ତାଙ୍କ ଜାଆଁଳା ଛୁଆଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରିଛନ୍ତି। ସଞ୍ଜୟ ଦତ୍ତ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଗତ କିଛି ସପ୍ତାହ ମୋ ପରିବାର ମୋ ପାଇଁ ବହୁତ କଷ୍ଟ ସହୁଥିଲେ । ସେ ତାଙ୍କର ନିକଟତର ମାନଙ୍କୁ କଠିନ ଯୁଦ୍ଧ ସହିତ ଲଢି ମୁଂ ଠିକ ହୋଇଥିବା କଥା କହିଛନ୍ତି । ଏହି ସମୟ ମୋ ପାଇଁ ଅଧିକ କଷ୍ଟସାଧ୍ୟ ଥିଲା । ଆଜି, ମୋ ପିଲାମାନଙ୍କ ଜନ୍ମଦିନ ଅବସରରେ, ମୁଁ ଏହି ଯୁଦ୍ଧରେ ଜିତି ଖୁସି ଏବଂ ମୋ ପରିବାରର ସ୍ୱାସ୍ଥ୍ୟ ଏବଂ ଉନ୍ନତି ପାଇଁ ସର୍ବୋତ୍ତମ ଉପହାର ଦେଇପାରିଛି। ସେ ଆହୁରି ଲେଖିଛନ୍ତି, ‘ତୁମର ସମସ୍ତଙ୍କର ଅଦମ୍ୟ ବିଶ୍ୱାସ ଏବଂ ସମର୍ଥନ ବିନା ଏହା ସମ୍ଭବ ହୋଇ ନଥାନ୍ତା । ମୁଁ ମୋର ପରିବାର, ବନ୍ଧୁ ଏବଂ ସମସ୍ତ ପ୍ରଶଂସକଙ୍କୁ କୃତଜ୍ଞ, ଯେଉଁମାନେ ମୋ କଷ୍ଟ ସମୟରେ ମୋ ପାଖରେ ଠିଆ ହୋଇଛନ୍ତି ଏବଂ ମୋର ଶକ୍ତି ହୋଇଛନ୍ତି,ତାଙ୍କୁ ମୋର ଅଶେଷ ଅନ୍ୟବାଦ। ତୁମେ ମୋ ପାଇଁ ପଠାଇଥିବା ପ୍ରେମ, ଦୟା ଏବଂ ଅଗଣିତ ଆଶୀର୍ବାଦ ପାଇଁ ଧନ୍ୟବାଦ। ‘ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସଞ୍ଜୟ ଦତ୍ତ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ସଡକ- ୨’ରେ ଅଭିନୟ କରିଥିଲେ। ୬୧ ବର୍ଷୀୟ ସଞ୍ଜୟ ଦତ୍ତ ୧୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସଂଜୟ ଦତ୍ତଙ୍କ ନିକଟରେ ‘ଶ୍ୟାମଶେରା’, ‘କେଜିଏଫ୍ ୨’, ପୃଥ୍ୱୀରାଜ’ ଏବଂ ‘ତୋଡବାଜ୍’ ଭଳି ଅନ୍ୟ ଚଳଚ୍ଚିତ୍ର ରହିଛି। ସୁସ୍ଥ ହେବାର ଖୁବ୍ ଶୀଘ୍ର ସେ ସୁଟିଂ ଆରମ୍ଭ କରିବେ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024