ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବତ ଗୀତାରେ ଭଗବାନ କୃଷ୍ଣ କହିଛନ୍ତି ଯେ ମୃତ୍ୟୁକୁ କେବେ ବି ଟାଳି ହେବ ନାହିଁ । ଏହି ମାଟିରେ ଜନ୍ମ ହେଇଛେ ମାନେ ଦିନେ ନା ଦିନେ ମୃତ୍ୟୁ ଘଟିବ ।
ଜଣେ ବ୍ୟକ୍ତିର ମୃତ୍ୟୁ ହେବା ପରେ ଯେତେବେଳେ ପରିବାର ଲୋକ ସେହି ମର ଶରୀରକୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ନେଇ ଯାଆନ୍ତି ତାହାକୁ ଶବ ଯାତ୍ରା ବୋଲି କୁହାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ସେହି ଶବ ଯାତ୍ରା ଦେଖିଲା ପରେ କିଛି ଏଭଳି କାମ କରିବା ଉଚିତ୍ ଯାହାଦ୍ୱାରା ଘରର ସମସ୍ତ ଚିନ୍ତା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ସମୟରେ କ’ଣ କରିବା ଉଚିତ୍ ।
ଯଦି ଆପଣ ଶବ ଯାତ୍ରା ଦେଖୁଛନ୍ତି, ତେବେ ତୁରନ୍ତ ହାତ ଯୋଡି ଭଗବାନ ଶିବଙ୍କୁ ପ୍ରର୍ଥନା କରନ୍ତୁ । ଅର୍ଥାତ ମୃତ୍ୟୁ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ୍ । ଶାସ୍ତ୍ର ଅନୁଯାୟୀ ଏଭଳି କରିବା ଦ୍ୱାରା ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୂରଣ ହୁଏ । ଏବଂ ଖରାପ ଦିନ ଦୂର ହୋଇଥାଏ ।