ମୁମ୍ବାଇ (ଏଟିଆର ବ୍ୟୁରୋ): ସିଂଘମ ଫିଲ୍ମରୁ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ବଏଫ୍ରେଣ୍ଡ ଗୌତମ କିଚଲୁଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ମୁମ୍ବାଇର ଏକ ହୋଟେଲରେ ବିବାହ କରିଛନ୍ତି କାଜଲ । କରୋନା କଟକଣା ପାଇଁ ବିବାହରେ କେବଳ ପରିବାର ସଦସ୍ୟ ସାମିଲ ହୋଇଥିଲେ ।
ବଧୂ ବେଶରେ କାଜଲ ଖୁବ୍ ସୁନ୍ଧର ଦିଶୁଛନ୍ତି । ଲାଲ ରଙ୍ଗର ଲେହେଙ୍ଗ ସାଙ୍ଗକୁ ମଥା ପଟି, ଅଣ୍ଟାପଟି ଏବଂ ଭାରି ଭରକମ ଅଳଙ୍କାରରେ ବଧୂ ବେଶରେ ସଜେଇ ହୋଇଛନ୍ତି କାଜଲ ।
ସେହିପରି ଗୌତମ କଥା ଯଦି କହିବା ତେବେ ସେ ଏକ ଧଳା ରଙ୍ଗର ଶେରୱାନୀ ପିନ୍ଧିଥିବାର ନଜର ଆସିଛନ୍ତି । ଉଭୟଙ୍କ ବରମାଳାର ରଙ୍ଗ ବି ଧଳା ରହିଛି । ଉଭୟ ମେଡ୍ ଫର ଇଚ୍ ଅଦର ଭଳି ଦିଶୁଛନ୍ତି । ଏବେ ତାଙ୍କର ୱେଡିଙ୍ଗ ଭେନ୍ୟୁର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ୱେଡିଙ୍ଗ ଭେନ୍ୟୁର ସାଜସଜା ବି ଧଳା ଫୁଲରେ କରାଯାଇଛି ।