ନୂଆଦିଲ୍ଲୀ () ସମୁଦ୍ର ମନ୍ଥନ ସମୟରେ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଭଗବାନ ଧନବନ୍ତରୀ ହାତରେ କଳଶ ଧରି ପ୍ରକଟ ହୋଇଥିଲେ । ସେଥିପାଇଁ ଏହିଦିନ ଧନତେରସ ରୂପେ ପାଳନ କରାଯାଏ । ଭଗବାନ ଧନବନ୍ତରୀ ହାତରେ ପାତ୍ର ଧରି ଏହିଦିନ ପ୍ରକଟ ହୋଇଥିବାରୁ ସେଥିପାଇଁ ଏହିଦିନ ବିଶେଷ ରୂପେ ବାସନ କିଣିବାର ପରମ୍ପରା ରହିଛି ।
ସେହିପରି ଏହିଦିନ ବାସନ ବ୍ୟତିତ ସୁନା-ଚାନ୍ଦୀର ଅଳଙ୍କାର ଏବଂ କଏନ କିଣାଯାଇଥାଏ । କୁହାଯାଏ କି ଏହିଦିନ ଘରକୁ କିଛି ନା କିଛି କିଣିକି ଆଣିବା ଉଚିତ୍ । ଏହାଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହିଦିନ କେବଳ କିଣାକିଣି କରାଯାଏ ତାହା ନୁହେଁ ବରଂ ଦାନ କରିବାର ବି ବିଶେଷ ମହତ୍ୱ ରହିଛି । ଅର୍ଥାତ ଏହିଦିନ କିଛି ବିଶେଷ ଜିନିଷର ଦାନ କରାଯାଇଥାଏ । ଏହାଦ୍ୱାରା ଭଗବାନ ଧନବନ୍ତରୀ ଏବଂ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଦାନ କରିବେ ।
ବସ୍ତ୍ରଦାନ: କୁହାଯାଏ ବସ୍ତ୍ରଦାନ ବି ମହାଦାନ ହୋଇଥାଏ । ସେଥିପାଇଁ ଧନରେତରସରେ ବସ୍ତ୍ର ଦାନ କରିବା ନିହାତି ଜରୁରୀ । ଖାସକରି ଗରିବ ଲୋକଙ୍କ ବସ୍ତ୍ର ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏଥିରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଜୀବନରେ ଆର୍ଥିକ ସମ୍ପନ୍ନତା ଆଣିଥାନ୍ତି ।
ଅନ୍ନଦାନ: ସେହିପରି ଧନତେରସ ଦିନ ଅନ୍ନଦାନର ବିଶେଷ ମହତ୍ୱ ରହିଛି । ବିଶେଷ କରି ଖୀରି ଏବଂ ପୁରୀ । କୁହାଯାଏ କି ମହାଲକ୍ଷ୍ମୀଙ୍କ ପୂଜାରେ ମୁଖ୍ୟ ରୂପେ ଖୀରି ଭୋଗ ଲାଗି କରାଯାଇଥାଏ । ମନ୍ଦିରକୁ ଯାଇ ଅନ୍ନଦାନ କରି ପାରିବେ । ଏହାସହିତଚ ଦାନ ଦକ୍ଷୀଣା ଦେବା ଉଚିତ୍ । କୁହାଯାଏ କି ଦାନ କରିବା ଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇ ଆର୍ଶିବାଦ ଦେଇଥାନ୍ତି ।
ନଡିଆ ଏବଂ ମିଠା ଦାନ: ନଡିଆକୁ ଶୁଭ ବୋଲି କୁହାଯାଏ । ସେଥିପାଇଁ ପ୍ରତ୍ୟେକ ପୂଜାରେ ନଡିଆ ଉପଯୋଗ କରାଯାଇଥାଏ । ସେଥିପାଇଁ ଧନତେରସ ଦିନ ନଡିଆ ଅବଶ୍ୟ ଦାନ କରିବା ଉଚିତ୍ । ଏହାବ୍ୟତିତ ମିଠା ବି ଦାନ କରି ପାରିବେ । ଏଭଳି କରିବା ଦ୍ୱାରା ଜୀବନ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
ଲୁହା: ଧନତେରସ ଦିନ ଲୁହା କିଣିବାକୁ ବାରଣ କରାଯାଇଥାଏ । କିନ୍ତୁ ଏହିଦନ ଆପଣ ଲୁହା ବା ଲୁହାରେ ନିର୍ମିତ ଜିନିଷ କିଣି ପାରିବେ । ଏହାଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ସେହିପରି ଦୁର୍ଭାଗ୍ୟ ନାଶ ହୋଇ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।