ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେବଉତ୍ଥାପନ ଏକାଦଶୀ ଦିନ ଦେବତା ଜାଗୃତ ହୋଇଥାନ୍ତି ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯମୁନା ନଦୀରେ ସ୍ନାନ କରି ଦୀପାବଳି ମନାଇଥାନ୍ତି । ସେଥିପାଇଁ ଏହାକୁ ଦେବ ଦୀପାବଳି କୁହାଯାଇଥାଏ । ଏହିଦିନ ବ୍ରତ କରିବାର ମଧ୍ୟ ଖୁବ୍ ମହତ୍ୱ ରହିଛି ।
– ଏହିଦିନ ଉପବାସ କରି ଭଗବାନଙ୍କ ସ୍ମରଣ ଚିନ୍ତନ କରିବା ଦ୍ୱାରା ଅଗ୍ନିଷ୍ଟୋମ ଯଜ୍ଞର ସମାନ ଫଳ ପ୍ରାପ୍ତି ହୋଇଥାଏ ତଥା ସୂର୍ଯ୍ୟାଲୋକ ପ୍ରାପ୍ତି ହୋଇଥାଏ ।
– କାର୍ତ୍ତିକ ପୂର୍ଣ୍ଣିମାରେ ଆରମ୍ଭ କରି ପ୍ରତ୍ୟେକ ପୂର୍ଣ୍ଣିମା ରାତ୍ରିରେ ବ୍ରତ ଏବଂ ଜାଗରଣ କରିବା ଦ୍ୱାରା ସମସ୍ତ ମପୋରଥ ସିଦ୍ଧି ହୋଇଥାଏ ।
– କାର୍ତ୍ତିକ ପୂର୍ଣ୍ଣିମା ସ୍ନାନ ପରେ କାର୍ତ୍ତିକ ବ୍ରତ ପୂର୍ଣ୍ଣ ହୋଇଥାଏ ।
– ଏହିଦିନ କାର୍ତ୍ତିକ ବ୍ରତ ପୂର୍ଣ୍ଣ ହେବା ସହିତ କାର୍ତ୍ତିକ ପୂର୍ଣ୍ଣିମାରୁ ଏକ ବର୍ଷ ପର୍ଯ୍ୟନ୍ତ ପୂର୍ଣ୍ଣିମା ବ୍ରତର ସଂକଳ୍ପ ନେଇ ପ୍ରତ୍ୟେକ ପୂର୍ଣ୍ଣିମାକୁ ସ୍ନାନ ଦାନ ଆଦି ପବିତ୍ର କର୍ମ ସହିତ ଶ୍ରୀ ସତ୍ୟନାରାୟଣ କଥାର ଶ୍ରବଣ କରିବାର ଅନୁଷ୍ଠାନ ଆରମ୍ଭ ହୋଇଥାଏ ।
– ଏହିଦିନ ବ୍ରତ ରଖିବା ଦ୍ୱାରା ଭଗବାନ ବିଷ୍ଣୁ, ଶିବ, ହନୁମାନ ପ୍ରସନ୍ନ ହୋଇଥାନ୍ତି ।
– ପୂର୍ଣ୍ଣିମା ବ୍ରତ ରଖିବା ଦ୍ୱାରା ଚନ୍ଦ୍ର ଦୋଷ ଦୂର ହୋଇଥାଏ ।
– ଏହିଦିନ ବ୍ରତ ରଖିବା ଦ୍ୱାରା ଅନେକ ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ ଏବଂ ସମସ୍ତ ଦେବତା ପ୍ରସନ୍ନ ହୋଇଥାନ୍ତି ।
– ଯେଉଁବ୍ୟକ୍ତି ଅକାରଣେ ଡରିଥାନ୍ତି କିମ୍ବା ମାନସିକ ଚିନ୍ତାରେ ଗ୍ରାସିତ ରହିଥାନ୍ତି ସେମାନଙ୍କୁ ନିହାତି ଭାବେ ପୂର୍ଣ୍ଣିମା ବ୍ରତ ରଖିବା ଉଚିତ୍ ।
– ଲମ୍ବା ଏବଂ ପ୍ରେମ ଭରା ବୈବାହିକ ଜୀବନ ବ୍ୟତିତ କରିବା ପାଇଁ ପୂର୍ଣ୍ଣିମା ବ୍ରତ କରିବା ଶୁଭ ହୋଇଥାଏ ।