ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା କାଳ ମଧ୍ୟରେ ଗ୍ରାମୀଣ ରୋଜଗାରକୁ ବୃଦ୍ଧି କରାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ଅତିରିକ୍ତ ରାଶି ଆବଣ୍ଟନ କରାଯିବ । ଏନେଇ ଗୁରୁବାର କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।
ଏହି ଯୋଜନାରେ ବିଭିନ୍ନ ରୋଜଗାର ଯୋଜନା ସାମିଲ ଅଛି । ୧୧୬ ଜିଲ୍ଲାର ପ୍ରଗତି ଉପରେ ଏହି ଯୋଜନା ହୋଇଛି । । ସରକାରଙ୍କ ସଂଖ୍ୟା ଅନୁସାରେ ଏପର୍ଯ୍ୟନ୍ତ ୩୭,୫୪୩ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି ।
୨୦୨୦-୨୧ ବଜେଟରେ କେନ୍ଦ୍ର ଏମଜିଏନଆରଇଜିଏସ ପାଇଁ ୬୧,୫୦୦ କୋଟି ଟଙ୍କା ପ୍ରଦାନ କରିଥିଲେ । ସେହିପରି ୪୦ ହଜାର କୋଟି ଅତିରିକ୍ତ ରାଶି ରୂପେ ଆତ୍ମନିର୍ଭର ଭାରତ ୧.୦ ରେ ପ୍ରଦାନ କରାଯାଇଛି ।
ଅର୍ଥମନ୍ତ୍ରଳୟ ଅନୁସାରେ ଏପର୍ଯ୍ୟନ୍ତ ଏମଜିଏନଆରଇଜିଏସ ଅନୁଯାୟୀ ୭୩,୫୦୪ କୋଟି ଟଙ୍କା ଜାରି କରାଯାଇଛି ।
ସୂଚନାଯୋଗ୍ୟ, ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସହରୀ ଗୃହ ଯୋଜନା ପାଇଁ ୧୮ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଘୋଷଣା କରିଛନ୍ତି । ଏହି ଯୋଜନାରେ ରିଅଲ ଇଷ୍ଟେଟ ପରିଯୋଜନାକୁ ପୁରା କରିବାରେ ସହାୟକ ମିଳିବ । ଯାହାଦ୍ୱାରା ସେହି କ୍ଷେତ୍ରରେ ରୋଜଗାର ମିଳିବ ଏବଂ ଅର୍ଥବ୍ୟବସ୍ଥାରେ ବୃଦ୍ଧି ଆସିବ ।