ମୁମ୍ବାଇ(ଏଟିଆର ବ୍ୟୁରୋ): ମହାରାଷ୍ଟ୍ରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଣ୍ଟାଭିଡିଛନ୍ତି ମହାରାଷ୍ଟ୍ର ସରକାର । ମେ ମାସ ୧ ତାରିଖ ପୂର୍ବରୁ ପ୍ଲାଷ୍ଟିକ ମୁକ୍ତ ହେବ ମହାରଷ୍ଟ୍ର । ଏନେଇ ମହାରାଷ୍ଟ୍ର ସରକାରରେ ଥିବା ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଠାକରେ ଅଧିକାରୀ ମାନଙ୍କୁ ଆଦେଶ ଦେଇଛନ୍ତି ଯେ, ମେ ମାସ ପହିଲାରେ ମହାରାଷ୍ଟ୍ର ରାଜ୍ୟର ୬୦ ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ପଦକ୍ଷେପ ନିଆଯାଉ । ସହର ସମେତ ଗ୍ରାମାଞ୍ଚଳକୁ ମଧ୍ୟ ପ୍ଲାଷ୍ଟିମୁକ୍ତ କରାଯିବ । ଆଦିତ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ଲାଷ୍ଟିକ ମୁକ୍ତକୁ ନେଇ ପ୍ରତ୍ୟକ ମହାନଗର ନିଗମ ଓ ପୌରପରିଷଦ ପଦକ୍ଷେପ ମାନ ଗ୍ରହଣ କରନ୍ତୁ ।
ଫେବୃଆରୀ ୨୦ ପର୍ଯ୍ୟନ୍ତ ଅଧିକାରୀ ମାନେ କିଭଳି ଯୋଜନା କଲେ ମହାରାଷ୍ଟ୍ର ପ୍ଲାଷ୍ଟିକ ମୁକ୍ତ କରାଯାଇ ପାରିବ ସେନେଇ ଯୋଜନା କରନ୍ତୁ । ଏହା ସହ ରାଜ୍ୟ ସରକାର ଫ୍ଲାଷ୍ଟିକକୁ ବନ୍ଦ କରି ଦେଇଛନ୍ତି । ଜନସାଧାରଣ ମାନଙ୍କର ପ୍ଲାଷ୍ଟିକ ମୁକ୍ତ ରାଜ୍ୟ ଗଠନ କରିବାରେ ସବୁଠାରୁ ବଡ ଭୂମିକା ରହିବ । ତେଣୁ ଏଥିପାଇଁ ଜନସାଧାରଣ, ସ୍ଥାନୀୟ ସ୍ୱରାଜ୍ୟ ସଂସ୍ଥା, ମହାବିଦ୍ୟାଳୟ ଏନଏସଏସ, ଏନଜିଓ, ବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍କାଉଟ ଗାଇଡ ଭଳି ବିଭିନ୍ନ ସଂସ୍ଥା ଏଥିରେ ସାମିଲ ହୁଅନ୍ତୁ ବୋଲି ମନ୍ତ୍ରୀ ଆଦିତ୍ୟ ଠାକରେ ଅନୁରୋଧ କରିଛନ୍ତି ।