ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): କଥାରେ ଅଛି ମନରେ ଭକ୍ତିଥିଲେ ଭଗବାନଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ । ମନରେ ଭକ୍ତି ନଥାଇ ଯେତେ ଦାନ ଧର୍ମ କଲେ ମଧ୍ୟ ଭଗବାନ କେବେ ହେଲେ ପ୍ରଶନ୍ନ ହୋଇ ନଥାନ୍ତି । ଆଜି ବି ଅନେକ ଲୋକଙ୍କର ଗୁଣି ଗାରେଡି ଉପରେ ବିଶ୍ୱାସ ରହିଛି । ଆଜିର ଏହି ବିଜ୍ଞାନ ଯୁଗରେ ବି ଏମିତି ଲୋକ ଅଛନ୍ତି ଯେଉଁମାନେ ଦେବୀଙ୍କୁ ଖୁସୀ କରିବା ପାଇଁ ରାକ୍ଷଶ ପାଲଟି ଯାଆନ୍ତି । ଆଉ ଦେଇଥାନ୍ତି ନରବଳୀ । ତେବେ ୨୫ ଫେବୃଆରୀ ୨୦୧୮ ମସିହାରେ ଦାଖଲ ହୋଇଥିବା ମାମଲାର ଶୁଣାଣୀ କରି ଜଣେ ଏମିତି ଜଣେ ନରରାକ୍ଷଶ ଦୋଷୀକୁ ଆଜିବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।
ଚଣ୍ଡିଗଡ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ପୁରା ଘଟଣା ଥିଲା ଏମିତି ଅଭିଯୁତ୍ତ କମଲେସ ଏବଂ ମୃତ ନାବାଳିକାଙ୍କ ପରିବାର ପଡୋଶୀ ଥିଲେ । ସେମାନେ ପାଖାପାଖି ଗୋଟିଏ ଅଞ୍ଚଳରେ ରହୁଥିଲେ । ପଡୋଶୀ ପିଲାଙ୍କ ସହିତ ନାବାଳିକା ଜଣଙ୍କ ପ୍ରତିଦିନ ଖେଳ କୁଦ କରିଥାନ୍ତି । ତେବେ ହଠାତ ଦିନେ ଗ୍ରାମର ଜଣେ ମହିଳା ଆସି ନାବାଳିକାଙ୍କ ମାଙ୍କୁ ଆସି କୁହନ୍ତି କମଲେସ ଆପଣଙ୍କ ଝିଅକୁ ଗୋଟେ ଛୁରିରେ କାଟି ପକାଉଛି । ଘଟଣା ଶୁଣି ନାବାଳିକାଙ୍କ ମା ଏବଂ ପାଖରେ ଥିବା ଅନ୍ୟ ଲୋକମାନେ ଦୌଡାଦୌଡି ହୋଇ ଯାଆନ୍ତି ଘଟଣା ସ୍ଥଳକୁ ।
ସେଠାରେ ସତକୁ ସତ ଅଭିଯୁକ୍ତ କମଳେଶ ନାବାଳିକା ଜଣଙ୍କୁ ଗୋଟିଏ ହାତରେ ଓ ଆଉ ଗୋଟିଏ ହାତରେ ଛୁରି ଧରି ପିଲାଟିକୁ କାଟିବାରେ ଲାଗିଥାଏ । ବହୁ କଷ୍ଟରେ ପିଲାଟିକୁ ସେଠାରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହେଲା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଗତ ୩ ତାରିଖରେ ଅଦାଲତ ଅଭିଯୁକ୍ତକୁ ଦୋଷୀ କରିଥିଲେ । ତେବେ ଗତକାଲି ଦୋଷୀକୁ ଆଜିବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତ କୋର୍ଟରେ ନିଜର ଦୋଷ ସ୍ୱୀକାର କରି କହିଛି , ସେ ଦେବୀଙ୍କୁ ଖୁସୀ କରିବା ପାଇଁ ନାବାଳିକାର ବଳିଦାନ କରିଥିଲା ।