ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୀପାବଳୀର ପୂର୍ବଦିନ କାର୍ତ୍ତିକ ଚତୁର୍ଦଶୀକୁ କାଳଦେବତା ଯମରାଜଙ୍କ ପ୍ରତି ସମ୍ମାନ ପ୍ରାପ୍ତ କରିବା ପାଇଁ ଦାନ କରିବାର ପ୍ରଥା ପ୍ରଚଳିତ ହୋଇ ଆସୁଛି । ମହିଳାମାନେ ଏହିଦିନ ପୂଜାସ୍ଥଳରେ ପିଠି କରି ଦୀପ ଜଳାଇବା ପରେ ମୁଣ୍ଡ ଧୋଇଥାନ୍ତି । ଏହାପରେ ନୂତନ ବସ୍ତ୍ର ଏବଂ ଆଭୂଷଣ ଧାରଣ କରିଥାନ୍ତି । ନିଜକୁ ସୁସଜ୍ଜିତ କରି ଲକ୍ଷ୍ମୀଙ୍କ ରୂପ ଭାବି ସୌନ୍ଦର୍ଯ୍ୟ କାମନା କରିଥାନ୍ତି । ଏହାକୁ ରୂପ୍ ଚର୍ତୁଦଶୀ ବୋଲି କୁହାଯାଏ ।
ଏହିଦିନ ସୂର୍ଯ୍ୟଦୟ ପୂର୍ବରୁ ଉଠି ସ୍ନା କରିବା ଉଚିତ୍ । ଏହାସହିତ ଏହିଦିନ ସ୍ନାନର ବିଶେଷ ମାହାତ୍ମ୍ୟ ରହିଛି । ଯେଉଁ ଲୋକ ଏହିଦିନ ସୂର୍ଯ୍ୟଦୟ ପୂର୍ବରୁ ଉଠି ସ୍ନାନ କରନ୍ତିିନି ବର୍ଷ ସାରା ତାଙ୍କ ଶୁଭ କାର୍ଯ୍ୟ ସବୁ ନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହିଦିନ ସ୍ନାନାଦି ସାରି ଯମରାଜଙ୍କ ତର୍ପଣ କରି ତିନି ଅଞ୍ଜୁଳା ଜଳ ଅର୍ପଣ କରିବାର ବିଧି ରହିଛି । ସେହିପରି ଏହିଦିନ ସନ୍ଧ୍ୟାରେ ଦୀପ ଜାଳିବାର ପରମ୍ପରା ମଧ୍ୟ ରହିଛି । ଏହି ଦୀପ ଜାଳିବାର ପ୍ରକ୍ରିୟା ତ୍ରୟୋଦଶୀରୁ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ ।