ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଦୁନିଆର ଅନେକ ଦେଶରେ ଟୀକା ପରୀକ୍ଷଣ ଜାରି ରହିଛି । ଅନେକ କମ୍ପାନୀ ଟୀକା ପରୀକ୍ଷଣ ସଫଳ ହେଉଥିବା ଦେଖି ବହୁଳ ପରିମାଣର ଟୀକା ଉତ୍ପାଦନ ଆରମ୍ଭ କରିଦେଇଛନ୍ତି । ସେହିପରି ଏବେ ଦେଶ ଗୁଡିକ ଟୀକା କିଣିବା ଆରମ୍ଭ କରିସାରିଲେଣି । ଏଥିରେ ଭାରତ ବି ୧୫୦ କୋଟି ରୁ ଅଧିକ ଡୋଜ କିଣିବା ପାଇଁ ଫାଇନାଲ କରିସାରିଲାଣି ।
ମିଡିଆ ରିପୋର୍ଟ ମୁତାବକ, ଟୀକାର ଡୋଜ କିଣିବା ମାମଲାରେ ତୃତୀୟ ସ୍ଥାନରେ ରହିଛି ଭାରତ । ଆମେରିକା ଏବଂ ୟୂରୋପିୟ ୟୁନିୟନ କ୍ରମଶଃ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ଭାରତ ୧.୫ ବିଲିୟନ ରୁ ଅଧିକ ଡୋଜ କିଣିବା ପାଇଁ ପୃଷ୍ଟି କରିଛି । ସେହିପରି ୟୁରୋପୀୟ ୟୁନିୟନ ର ୧.୨ ବିଲିୟନ ଡୋଜ ଏବଂ ଆମେରିକାର ୧ ବିଲିୟନ ଡୋଜ ରୁ ଅଧିକ ରହିଛି । ଆମେରିକା ୧.୫ ବିିଲିୟନ ରୁ ଅଧିକ ସମ୍ଭାବିତ ଡୋଜ କିଣିବା ପାଇଁ ଡିଲ କରିଛି । ସେହିପରି ୟୁରୋପିୟନ ସଂଘ ୭୬ କୋଟି ରୁ ଅଧିକ ସମ୍ଭାବିତ ଡୋଜ କିଣିବା ପାଇଁ ଡିଲ କରିିଛି ।