ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମାଜରେ ପ୍ରତ୍ୟେକ ଝିଅ ତାଙ୍କର ଜୀବନସାଥୀଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ଏହି ସମୟରେ ମହିଳାମାନେ ତାଙ୍କ ଜୀବନସାଥୀଙ୍କ ସହିତ କିଛି କଥା ସେୟାର କରିଥାନ୍ତି, ଏବଂ ଆଉ କିଛି କଥା ନିଜ ମନ ଭିତରେ ରଖିଥାନ୍ତି । ସେମାନଙ୍କ ଇଚ୍ଛା ଥାଏ ଯେ ଜୀବନସାଥୀ ତାଙ୍କର ମନ କଥା ଆପେ ଆପେ ଜାଣି ପାରନ୍ତୁ । ଯଦି କୌଣସି ପୁଅ ତାଙ୍କ ଜୀବନସାଥୀଙ୍କ ମନ କଥା ପଢି ଦିଅନ୍ତି, ତେବେ ତାଙ୍କ ଜୀବନସାଥୀ ତାଙ୍କ ଉପରେ ଫିଦା ହୋଇ ଯାଇଥାନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ୫ଟି କଥା ।
ପ୍ରତ୍ୟେକ ଝିଅଙ୍କ ଇଛା ଥାଏ କି ସେ ତାଙ୍କ ଜୀବନସାଥୀଙ୍କ ସହିତ କିଛି ଭଲ ମୁହୁର୍ତ୍ତ ବିତାନ୍ତୁ । ସେଥିମଧ୍ୟରୁ ଏକ ଭଲ ମୁହୁର୍ତ୍ତ ହେଉଛି ଘରେ ଦୁହେଁ ବସି ଏକାଠି ଭୋଜନ କରିବା । ଝିଅମାନେ ବିଲକୁଲ ଏକୁଟିଆ ବସି ଭୋଜନ କରିବାକୁ ପସନ୍ଦ କରନ୍ତି ନାହିଁ ।
ଝିଅଟି ଯେତେ ସ୍ମାର୍ଟ ହେଇଥାଉ ନା କାହିଁକି । ଯଦି କୌଣସି ସମୟରେ ଅସୁବିଧାରେ ପଡିଥାନ୍ତି, ତେବେ ସେହି ସମୟରେ ସେ ସର୍ବଦା ନିଜ ଜୀବନ ସାଥୀଙ୍କୁ ଖୋଜିଥାନ୍ତି । କାରଣ ତାଙ୍କ ଜୀବନସାଥୀ ତାଙ୍କୁ ଭଲ ଭାବରେ ବୁଝାଇ ପାରିବେ ।
ଜୀବନସାଥୀଙ୍କ ଠାରୁ ସବୁବେଳେ ସର୍ପରାଇଜ ଆଶା କରିଥାନ୍ତି ଝିଅମାନେ । ଯେପରିକି ହଠାତ୍ ଫୋନ କରିକି ମୁଁ ତୁମକୁ ମିସ୍ କରୁଛି ବୋଲି କହିବା ।
ସବୁ ଝିଅମାନଙ୍କର ଇଛା ତାଙ୍କ ଜୀବନସାଥୀ ତାଙ୍କର ସମସ୍ତ ଦୁଃଖ ଏବଂ ସୁଖରେ ସମାନ ଭାଗିଦାର ହୁଅନ୍ତୁ । ଏବଂ ପ୍ରତି କ୍ଷେତ୍ରରେ ସାହାର୍ଯ୍ୟ କରିବା ଆଦି ।
ଆଜ୍ଞା ହଁ ଝିଅଙ୍କ ପରିବାର ଲୋକଙ୍କୁ ସର୍ବଦା ସମ୍ମାନ ମିଳୁ ବୋଲି ସେମାନେ ଅଶା ରଖିଥାନ୍ତି ।