ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ସାରା ଓଡିଶାରେ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ଏହି ଅସହ୍ୟ ନିଆଁ ଧାଂସରେ ଲୋକେ ଛଟପଟ ହୋଇପଡୁଛନ୍ତି । ଘରୁ ବାହାରିବା ମୁଶକିଲ୍ ହୋଇପଡୁଛି ।
ଗତକାଲି ରାଜଧାନୀ ଭୁବନେଶ୍ୱରର କିଛି ସ୍ଥାନରେ ଝଡ ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା । ଯାହାଦ୍ୱାରା ରାସ୍ତା କଡରେ ଥିବା ଗଛ ପତ୍ର ଉପୁଡି ଯାଇଥିଲା । ଏନେଇ ରାଜଧାନୀବାସୀ ଭାବି ନେଇଥିଲେ ଯେ ଏଥର ଟିକେ ତାଙ୍କୁ ତାତିରୁ ଶାନ୍ତି ମିଳିବ । କିନ୍ତୁ ବର୍ଷା ଛାଡିବା ପରେ ପୁର୍ନବାର ଗୁଳୁଗୁଳି ଆରମ୍ଭ ହୋଇଯାଇଥିଲା ।
ରାଜ୍ୟରେ ଆହୁରୀ ପାଞ୍ଚ ଦିନ ଯାଏଁ ଏଭଳି ଡହଳ ବିକଳ ପରିସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ସୂତ୍ରରୁ ଜଣାପଡିଛି ।