ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜିକାଲି ବଲିଉଡରେ ସିକ୍ୟୁଲ ଫିଲ୍ମର ଟ୍ରେଣ୍ଡ ଚାଲିଛି । ସଲମାନ୍ ଖାଁଙ୍କ ଠାରୁ ଆରମ୍ଭ କରି ଅଜୟ ଦେବଗନ୍ ଙ୍କ ପର୍ଯ୍ୟନ୍ତ ସମସ୍ତ ନାମୀଦାମୀ କଳାକାର ଏହି ଟ୍ରେଣ୍ଡସ୍ କୁ ଫଲୋ କରିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ ପରଦାରେ ଆଉ ଏକ ବଡ ଫିଲ୍ମର ସିକ୍ୟୁଲ ଆସିବ ବୋଲି ଶୁଣିବାକୁ ମିଳୁଛି ।
୨୦୦୯ରେ ବକ୍ସ ଅଫିସରେ ଧମାଲ ମଚାଇଥିବା ବ୍ଳକବଷ୍ଟର ଫିଲ୍ମ ଥ୍ରୀ ଇଡିଅଟସ । ନିକଟରେ ଏହି ଫିଲ୍ମକୁ ନେଇ ରାଜକୁମାର ହିରାନୀ ଏକ ବୟାନ ଦେଇଛନ୍ତି । ଆଜ୍ଞା ହଁ, ଏବେ ଏହି ଫିଲ୍ମର ସିକ୍ୟୁଲ ଦେଖିବାକୁ ମିଳିବ । ତାହା ପୁଣି ରାଜକୁମାର ହିରାଣୀଙ୍କ ଅନ୍ଦାଜରେ..ଏପର୍ଯ୍ୟନ୍ତ ଏହି ଫିଲ୍ମର ଷ୍ଟାରକାଷ୍ଟ ସ୍ପଷ୍ଟ ହୋଇ ନାହାନ୍ତି ।
ପ୍ରକୃତରେ ଖୁବ୍ ଶୀଘ୍ର ରାଜକୁମାର ହିରାନୀଙ୍କ ଫିଲ୍ମ ସଞ୍ଜୁ ପରଦାରେ ମୁକ୍ତିଲାଭ କରିବ । ଏହି ଫିଲ୍ମର ପ୍ରମୋଶନାଲ ଇଣ୍ଟରଭ୍ୟୁରେ ରାଜକୁମାର ହିରାନୀ ଏକ ଖୁଲାସା କରିଥିଲେ । ସେ କହିଥିଲେ ଯେ ,ସେ ଫିଲ୍ମର ସିକ୍ୟୁଲ କରିବା ଇଛୁକ । ପ୍ରଥମେ ମୁନାଭାଇ-୩ ର ସିକ୍ୟୁଲ କରି ସାରିବା ପରେ ଥ୍ରୀ ଇଡିିଅଟସ୍ ର ସିକ୍ୟୁଲ ବିଷୟରେ ଚିନ୍ତା କରିବେ ।
ସୂଚନାନୁଯାୟୀ, କିଛି ଦିନ ପୂର୍ବରୁ ଆମିର ଖାନ୍ ମଧ୍ୟ ଥ୍ରୀ ଇଡିଅଟସ୍ ର ସିକ୍ୟୁଲରେ କାମ କରିବାର ଇଛା ଜାହିର କରିଥିଲେ । ଏହାସହିତ ଆମିର ମଧ୍ୟ ଏହି ଫିଲ୍ମର ଦୁଇଟି ଷ୍ଟାର ସରମନ ଜୋସି ଏବଂ ମାଧବନ୍ ଙ୍କ ବିଷୟରେ କଥା ହୋଇଥିଲେ । ଯଦି ଥ୍ରୀ ଇଡିଅଟସ୍ ର ସିକ୍ୟୁଲ ପ୍ରସ୍ତୁତ ହୋଇଯିବ ତେବେ ଏହା ଦର୍ଶକ ମାନଙ୍କ ପାଇଁ ସବୁଠାରୁ ଖୁସି ଖବର ।