ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଜଣାଶୁଣା ନାଟ୍ୟକାର ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ନାରାୟଣ ଶତପଥୀ ଆଉ ନାହାନ୍ତି । ତାଙ୍କର ପରଲୋକ ହୋଇଯାଇଛି । ଗତକାଲି ଅପରାହ୍ଣ ୩ଟା ବେଳେ ସେ ଭୁବେନଶ୍ୱର ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ମୃତ୍ୟୁ ବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା । ଖୋର୍ଦ୍ଧା ନୂଆଗାଁରେ ସେ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ଛୁଆଟି ବେଳୁ ତାଙ୍କର ଅଭିନୟରେ ବେଶ ରୁଚି ଥିଲା । ସେ ରାଜ୍ୟର ବିଭିନ୍ନ କଲେଜରେ ଅଧ୍ୟାପନା କରିଥିଲେ । କେବଳ ଏତିକି ନୁହେଁ ସେ ବହୁ ନାଟକ, ପ୍ରବନ୍ଧ ଓ କବିତା ଲେଖିଛନ୍ତି । ଏହାବାଦ ସେ ବହୁ ପୁସ୍ତକର ଅନୁବାଦ ମଧ୍ୟ କରିଛନ୍ତି ।