ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେସିଙ୍ଗ ଏବଂ ସ୍ପୋର୍ଟସ ବାଇକ ପାଇଁ ଜଣାଶୁଣା କମ୍ପାନୀ କେଟିଏମ ତାର ନୂତନ ବାଇକ କେଟିଏମ ୨୫୦ ଆଡଭେଞ୍ଚର ଭାରତରେ ଲଞ୍ଚ କରିଛି । ଏହି ବାଇକକୁ କେଟିଏମ ୩୯୦ ଆଡଭେଞ୍ଚର ପ୍ଲାଟଫର୍ମରେ ପ୍ରସ୍ତୁତ କରାଯାଇଛି । ଏହି ବାଇକର ଏକ୍ସ-ସୋରୁମ ଦାମ ୨.୪୮ ଲକ୍ଷ ରଖାଯାଇଛି । କେଟିଏମ ୨୫୦ ର ଲୁକ୍ ବିଲକୁଲ ୩୯୦ ଆଡଭେଞ୍ଚର ଭଳି ରହିଛି ।
ଏହି ବାଇକରେ କମ୍ପାନୀ ୨୪୮ ସିସି ର ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଦେଇଛି । ଯାହା ୩୦ ଏଚପି ରେ ୯,୦୦୦ ଆରପିଏମ ପାୱର ଏବଂ ୨୪ଏନଏମ ରେ ୭,୫୦୦ ଆରପିଏମର ଡାଟା ଜେନେରେଟ କରିବ । ଇଞ୍ଜିନକୁ ୬-ସ୍ପିଡ ଗିଅରବକ୍ସ ସହ ଯୋଡା ହୋଇଛି । ଏଥିରେ ୫.୦ ଇଞ୍ଚିର ବ୍ଲାକ ଆଣ୍ଡ ହ୍ୱାଇଟ ଟିଏଫଟି ଡିସପ୍ଲେ ଦିଆଯାଇଛି । ଏହାସହିତ ୧୪.୫ ଲିଟର କାପାସିଟି ବିଶିଷ୍ଟ ପେଟ୍ରୋଲ ଟ୍ୟାଙ୍କ ଦିଆଯାଇଛି ।
ଭାରତୀୟ ଅଟୋ ବଜାରରେ କେଟିଏମ ୨୫୦ ଆଡଭେଞ୍ଚର କୁ ରୟାଲ ଏନଫିଲ୍ଡ ହିମାଲୟାନ ସହ ଚ୍ୟାଲେଞ୍ଜ ମିଳିବ । ଯାହାର ଦାମ ୧.୯୧ ରୁ ୧.୯୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି । ଏହାବ୍ୟତିତ ଏହି ବାଇକର ବିଏମଡବ୍ଲ୍ୟୁ ଜି୩୧୦ ଜିଏସ ସହ ବି ମୁକାବିଲା ହେବ ।