ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ରାଜ୍ୟରେ କରୋନା ସ୍ଥିତି କିପରି ରହିଛି ସେ ନେଇ ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ସର୍ବାଧକ କରୋନା ପ୍ରଭାବିତ ରାଜ୍ୟ ଯଥା -ଦିଲ୍ଲୀ, କେରଳ , ମହାରାଷ୍ଟ୍ର, ପଶ୍ଚିମବଙ୍ଗ ର ସ୍ଥିତି ବାବଦରେ ସମୀକ୍ଷା କରିବେ ।
ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିବେ ବୋଲି ସୁଚନା ମିଳିଛି । ରାଜ୍ୟ ଗୁଡ଼ିକରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବା ନେଇ ସମୀକ୍ଷା କରାଯିବ । ସଂକ୍ରମଣର ହାର ୫୦ ହଜାରରୁ କମ୍ ହୋଇଥିବା ବେଳେ କେତେକ ସହରରେ ସଂକ୍ରମଣର ବୃଦ୍ଧି ହେଉଥିବା କାରଣରୁ କଫ୍ୟୁ ସହ କଟକଣା ମଧ୍ୟ ଲାଗୁ କରାଯାଇଛି ।
ଦେଶରେ ଏବେ ୪ଟି କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟୟ ମାନବ ପରୀକ୍ଷଣ ଚାଲୁ ରହିଛି । ଶେଷ ହୋଇଥିବା ନିତି ଆୟୋଗ ବୈଠକରେ ଟିକାର ଜରୁରୀ ବ୍ୟବହାରକୁ ଅନୁମତି ମିଳିବା , ଆଗୁଆ ଅଧିଗ୍ରହଣ , ଏବଂ ଟିକାର ମୂଲ୍ୟ ନିର୍ଦ୍ଧାରଣ ଆଦି ବିଷୟରେ ଆଲୋଚନା କରାଯାଇଛିଲା । ଏବଂ ଫାଇଜର ଓ ମଡ଼େର୍ଣ୍ଣା ଟିକାର ବ୍ୟବହାର ନିମନ୍ତେ ଆବେଦନ କରାଯାଇଛି ।ଏହି ଟିକା ୯୫% ରୁ ଅଧିକ ଲାଭଦାୟକ ରହିବ ବୋଲି କୁହାଯାଇଛି ।