ମୁମ୍ବାଇ (ଏଟିଆର ବ୍ୟୁରୋ):ଆଜିକାଲି ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କୁ ମୁମ୍ବାଇ ହାଇକୋର୍ଟରେ ଚକ୍କର କାଟୁଥିବାର ଦେଖିବାକୁ ମିଳୁଛି । ତାଙ୍କ ଫ୍ୟନ୍ସମାନଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ ଯେ ୟାମି ହାଇକୋର୍ଟରେ କଣ କରୁଛନ୍ତି । ସେଥିପାଇଁ ଭୟ କରନ୍ତୁନି ୟାମି କୋର୍ଟ ବାହାରେ କୌଣସି କେସ ମାମଲାରେ ନୁହେଁ, ବରଂ ତାଙ୍କର ଆଗାମୀ ଫିଲ୍ମ ‘ବତୀ ଗୁଲ ମିଟର ଚାଲୁ’ର ସୁଟିଂ ପାଇଁ ସେଠାକୁ ଯାଇଛନ୍ତି ।
ପ୍ରକୃତରେ ୟାମି ଗୌତମ ଏହି ଫିଲ୍ମରେ ଜଣେ ଓକିିଲ ଚରିତ୍ରରେ ଅଭିନୟ କରୁଛନ୍ତି । ସେଥିପାଇଁ ସେ କୋର୍ଟକୁ ଯାଇ ଅନ୍ୟ ଓକିଲ ମାନଙ୍କ କାର୍ଯ୍ୟ ଦେଖୁଛନ୍ତି । ଯାହାଫଳରେ ସେ ଫିଲ୍ମରେ ଏହି ଚରିତ୍ରରେ ଭଲ ଅଭିନୟ କରିପାରିବେ ।
ଫିଲ୍ମ ‘ବତୀ ଗୁଲ ମିଟର ଚାଲୁ’ରେ ଶାହିଦ କପୁରଙ୍କ ବ୍ୟତୀତ ଶ୍ରଦ୍ଧା କପୁରଙ୍କୁ ଦେଖିବାକୁ ମିଳିବ । ବିଜୁଳି ଚୋରୀକୁ ଆଧାର କରି ଏହି ଫିଲ୍ମର ଅଧିକାଂଶ ସୁଟିଂ ଉତ୍ତରାଖଣ୍ଡରେ କରାଯାଉଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ନାରାୟଣ ସିଂ । ଫିଲ୍ମଟି ଅଗଷ୍ଟ ମାସରେ ପରଦାରେ ରିଲିଜ୍ ହେବାର ଅଛି ।
ୟାମି ଗୌତମଙ୍କୁ ୨୦୧୭ରେ ଫିଲ୍ମ ‘କାବିଲ’ରେ ଦର୍ଶକ ଦେଖିବାକୁ ପାଇଥିଲେ । ଏବେ ଏହି ଫିଲ୍ମରେ ୟାମି ଅଭିନେତା ହ୍ରିତିକ୍ ରୋଶନଙ୍କ ସହ ନଜର ଆସିବେ ।