ଭୁବନେଶ୍ୱର(ଏଟିଆର ବ୍ୟୁରୋ):ତାମିଲନାଡ଼ୁର ଉତ୍ତର ଉପକୂଳ ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ନିଭାର ଦକ୍ଷିଣ ରୟାଲସୀମା ଅଞ୍ଚଳ ଉପରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇପଡ଼ିଛି ।ଆଉ ଏକ ସାଇକ୍ଲୋନିକ୍ ସଞ୍ଚାରଣ ପୁର୍ବ ଇକ୍ୱାଟେରିଆଲ ଭାରତ ମହାସାଗର ଏବଂ ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଛି । ଏବଂ ବର୍ତ୍ତମାନ ଏହା ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର ହୋଇଛି ।
ଏହାର ପ୍ରଭାବରେ ବର୍ତ୍ତମାନ ଅଉ ଏକ ଲଘୂଚାପ ଆରମ୍ଭ କରିଛି । ଏବଂ ଆଗାମୀ ୪୮ ଘଣ୍ଟା ମଧ୍ୟ ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ସୃଷ୍ଟି ହେବାର ସମ୍ଭାବଦା ରହିଛି । ୨୪ ଘଣ୍ଟା ମଧ୍ୟ ରେ ଏହା ଏକ ଡ଼ିପ୍ରେସନରେ ପରିଣତ ହୋଇ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ।