ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଶୀତ ପ୍ରକୋପ ହ୍ରାସ ପାଇବା ସହ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । ସ୍ୱାଭାବିକଠୁ ୨ ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହୋଇଛି । ଆଗାମୀ ୭ଦିନ ମଧ୍ୟରେ ରାଜ୍ୟ ପାଣି ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏବେଠୁ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଆଗକୁ ସ୍ଥିତି ଆହୁରୀ ସଙ୍ଗୀନ ହେବାର ସମ୍ଭାବନା ରହିଛି ।
ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଆଗାମୀ ସପ୍ତାହ ମଧ୍ୟରେ ପାରଦ ୪୦ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।