ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୧ ତାରିଖରୁ ହେବାକୁ ଥିବା ସାମୁଦ୍ରିକ ଝଡ ‘ଫୋନି’କୁ ସାମନା କରିବା ପାଇଁ ସଜାଗ ରହିଛି ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ । ଫୋନିର ପ୍ରଭାବରୁ ଚନ୍ଦ୍ରଭାଗାର ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ରଖିବା ଲାଗି ପ୍ରଶାସନ ପକ୍ଷରୁକୋଣାର୍କଠାରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ କୋଣାର୍କ ଏନ୍ଏସି ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ମତ୍ସ୍ୟଜୀବୀମାନଙ୍କୁ ନିକଟରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ବା ସ୍କୁଲ ନିକଟକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
‘ଫନି’ ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । କଟକରେ ୬୦ ଏବଂ ଭୁବନେଶ୍ବରରେ ୩୦ ଅଗ୍ନିଶମ କର୍ମଚାରୀ ସଜାଗ ରହିବେ । ରାଜ୍ୟରେ ୩୩୫ ଅଗ୍ନିଶମ ୟୁନିଟ୍ ସଜାଗ ରହିବେ । ପ୍ରତି ଜିଲ୍ଲାର ବରିଷ୍ଠ ଅଗ୍ନିଶମ ଅଧିକାରୀ ଟିମ୍ ପରିଚାଳନା କରିବେ । ବିଭିନ୍ନ ଜିଲ୍ଲାରେ ୧୨ ୟୁନିଟ୍ ଏନଡିଆରଏଫ, ୨୦ ୟୁନିଟ୍ ଓଡ୍ରାଫ୍ ନିୟୋଜିତ ରହିବେ । ଏ ନେଇ ଅଗ୍ନିଶମ ସେବା ସ୍ବତନ୍ତ୍ର ଡିଜି ବି.କେ ଶର୍ମା ସୂଚନା ଦେଇଛନ୍ତି ।
ଆଜି ସନ୍ଧ୍ୟା ପରେ ଏହାର ଚିତ୍ର ସ୍ପଷ୍ଟ ହେବ ଯେ, ଏହା ଓଡିଶା ମଧ୍ୟକୁ ପ୍ରବେଶ କରିବ କି ଉପକୂଳ ଆଡକୁ ଗତି କରିବ । ତେବେ ‘ଫନି’ ପ୍ରଭାବରେ ୨ ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ହେବ । ପବନର ଘଣ୍ଟା ପ୍ରତି ବେଗ ୧୮୦ରୁ ୨୦୦କିଲୋମିଟର ରହିବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନର ଆକଳନ ଅନୁଯାୟୀ ବାତ୍ୟା ‘ଫନି’ ୪ ତାରିଖରେ ଲ୍ୟାଣ୍ଡ୍ ଫଲ୍ କରିବ । ସେତେବେଳେ ତାହା ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମ ଥିବ । ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।