ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଏବେ ଦୁର୍ଘଟଣା ମୁକ୍ତ ହେବ ସହର । ନା ରହିବ ଦ୍ରୁତଗତି ନା ରହିବ ଓଭରଟେକ ର ଚିନ୍ତା ।ଦୁଇ ଚକିଆ ହେଉ ବା ଚାରି ଚକିଆ ସମସ୍ତଙ୍କୁ ନିର୍ଦ୍ଧାରିତ ବେଗରେ ଓ ନିର୍ଦ୍ଧିଷ୍ଟ ଲେନରେ ଯିବାକୁ ବାଧ୍ୟ । କାରଣ ରାଜଧାନୀ ରାସ୍ତାରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଲେନ୍ ଡ଼୍ରାଇଭିଂ ବ୍ୟବସ୍ଥା । ଏନେଇ ରାଜ୍ୟ ସରକାର ଦୁର୍ଘଟଣା ହ୍ରାସ କରିବା ପାଇଁ ଏଭଳି ଲେନ ଡ଼୍ରାଇଭିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।
ଅସିତ ତ୍ରିପାଠୀ ଏହାକୁ ପରୀକ୍ଷାମୂଳକ ଭାବେ ଟ୍ୱିନ ସିଟି ଏନଏଚରେ କାର୍ଯ୍ୟକ୍ଷମ କରିମା ପାଇଁ ନିର୍ଦ୍ଧେଶ ଦେଇସାରିଛନ୍ତି । କମିଶନରେଟ ପୋଲିସ ର ପ୍ରସ୍ତାବ କ୍ରମେ ଏପରି ବ୍ୟବସ୍ତା ଲାଗୁ ହେବାକୁ ଯାଉଛି । କଟକ ସହ ଭୁବନେଶ୍ୱର କୁ ଯୋଗ କରୁଥିବା ୧୬ ନଂ ଏନଏଚ ୬ ଲେନ ବିଶିଷ୍ଟ ଅଟେ । ରାସ୍ତର ଗୋଟେ ପଟେ ୩ ଲେନ ଓ ଅନ୍ୟ ପଟେ ୩ ଲେନ ରହିଛି । ଏହା ଦ୍ୱାରା ଗାଡ଼ି ଚାଲକ ମାନେ ନିଜ ନିଜ ଲେନ ବାବଦରେ ଅବଗତ ହେବା ସହ ଗାଡ଼ି ର ଗତି ବାବଦରେ ସଚେତନ ରହିବେ । ମାସକ ଭିତରେ ସାଇନବୋର୍ଡ଼ କାମ ସାରିବା କୁ ନିର୍ଦ୍ଦେଶ ଦିଆଯାଇଛି ।
ଲେନ୍ ଡ୍ରାଇଭିଂ ଯୋଜନା ଅନୁଯାୟୀ ଉଭୟ ପାଶ୍ୱର୍ରୁ ୩ ଲେନ୍କୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରାଯିବ। କେଉଁ ଲେନ୍ରେ କେଉଁ ଗାଡ଼ି ଗଡ଼ିବ, ତାହା ଚିହ୍ନଟ କରି ସୂଚନା ଫଳକ ଲଗାଯିବ। ବାମ ପାଶ୍ୱର୍ ଲେନ୍ରେ ହାଲୁକା ଯାନ ବାଇକ ଓ ଅଟୋ ଚଳାଚଳ କରିବ। ଏହାର ଗତି ଘଣ୍ଟା ପ୍ରତି ୪୦ କିମି ଭିତରେ ସୀମିତ ରହିବ । ମଝି ଲେନ୍ରେ ଟ୍ରକ୍, ବସ୍ ଓ ମାଲବାହୀ ଗାଡ଼ି ଚଳାଚଳ କରିବ। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୦-୬୦ କିମି ଭିତରେ ସୀମିତ ରହିବ। ଡାହାଣ ପାଶ୍ୱର୍ ଲେନ୍ରେ ୪ କାର୍ ଚଳାଚଳ କରିବ । ଯାହାକି ଘଣ୍ଟା ପ୍ରତି ସର୍ବାଧିକ ୮୦ କିମି ବେଗର ଚାଲିପାରିବ ।