ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଧାରା ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ଆଜି ପ୍ରଥମ ନିର୍ବାଚନ । ଡିଡିସି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ଭୋଟ ଗ୍ରହଣ କରାଯାଉଛି । ଜିଲ୍ଲା ବିକାଶ ପରିଷଦର ୨୮୦ ଏବଂ ଖାଲି ପଡିଥିବା ପଞ୍ଚ ଏବଂ ସରପଞ୍ଚର ୧୨୧୪୩ ପଦ ପାଇଁ ଆଠଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ । ସକାଳ ୭ ଟାରୁ ଦ୍ୱିପ୍ରହର ୨ ଟା ପର୍ଯ୍ୟନ୍ତ ମତଦାନ କରାଯିବ । ସେହିପରି ଶେଷ ପର୍ଯ୍ୟାୟ ମତଦାନ ଡିସେମ୍ବର ୧୮ ରେ ହେବାକୁ ଥିବା ବେଳେ ଡିସେମ୍ବର ୨୨ ରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ ।
ଜମ୍ମୁ-କାଶ୍ମରର ସମସ୍ତ ଦଳ ଏହି ନିର୍ବାଚନରେ ସାମିଲ ହୋଇଛନ୍ତି । ମୂଳ ଗଠବନ୍ଧନ ସାତଟି ପାର୍ଟିଙ୍କ ଗଠବନ୍ଧନ ଏବଂ ବିଜେପି ମଧ୍ୟରେ ହେଉଛି । ଏଠାରେ ବିକାର ପ୍ରସଙ୍ଗକୁ ନେଇ ବିଜେପି ନିର୍ବାଚନ ଲଢୁଛି ।
ଜମ୍ମୁ-କାଶ୍ମୀରର ୪୩ ନିର୍ବାଚନ ଅଞ୍ଚଳରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟରେ ୨୫ କାଶ୍ମୀର ଏବଂ୧୮ ଜମ୍ମୁ ଅଞ୍ଚଳରେ ରହିଛି । କାଶ୍ମୀର ଘାଟିର ସମସ୍ତ ଦଶ ଜିଲ୍ଲାରେ ପ୍ରଥମ ୨୫ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେଉଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୪୭୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ ।