ମାଲକାନଗିରି (ଏଟିଆର ବ୍ୟୁରୋ):ଛତିଶଗଡ଼ ସିମାନ୍ତ ସୁକୁମା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୦ ଜଣ ଯବାନ ଗୁରୁତର ହୋଇଥିବା ବେଳେ ଜଣେ ଆସିଷ୍ଟାଣ୍ଡ ସହିଦ ହୋଇଥିବା ଖବର ମିଳିଛି କମ୍ବିଂ ଅପରେସନ ସାରି କ୍ୟାମ୍ପକୁ ଫେରିଥିବା ବେଳେ ଜଙ୍ଗଲ ରାସ୍ତାରେ ମାଓବାଦୀ ମାନେ କରିଛନ୍ତି ଏହି ବିସ୍ପୋରଣ ।
ଆହତ ଯବାନଙ୍କ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ପହଞ୍ଚିଲେ ସିଆରପିଏଫ ଜବାନ । ଆହାତ ଯବାନ କୋବ୍ରା ୨୦୬ ବାଟାଲିୟନର ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ନିଆଯାଇଥିଲା ।ତେବେ ଏହି ସମୟରେ ଆସିଷ୍ଟାଣ୍ଟ ନୀତିନଙ୍କର ଅଧାବାଟରେ ହିଁ ମୃତ୍ୟୁ ହୋଇଥିଲା ।ଏହି ବିସ୍ଫୋରଣରେ ପାଖାପାଖି ୧୦ ଯବାନ ଆହତ ହୋଇଥିବା ଜଣାପଡ଼ିଛି ।
ଘଟଣାସମ୍ପର୍କୀରେ ବସ୍ତର ଆଇଜି ସୂଚନା ଦେଇଛନ୍ତି ଯେ, ଘଟଣାର ସବିଶେଷ ତଥ୍ୟ ସଂଗ୍ରହ କରାଯିବ । ଯବାନମାନେ ଜଙ୍ଗଲରୁ ଫେରିବା ପରେ ତଥ୍ୟ ହାସଲ କରାଯିବ ।