ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଁଳାକୁ ପୋଷକ ତତ୍ୱର ରାଜା ବୋଲି କୁହାଯାଇଥାଏ । ଅଁଳାରୁ ସମସ୍ତ ମିନେରାଲ୍ସ ଏବଂ ଭିଟାମିନ୍ସ ମିିଳିଥାଏ । ଶରୀରରେ ରୋଗ ଦୂର କରିବାରେ ସହାୟକ ହୋଇଥାଏ ଅଁଳା । ସେଥିପାଇଁ ଅଁଳା ସେବନ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆପଣ ଆପଣଙ୍କ ଡାଇଟରେ ବି ଅଁଳା ସାମିଲ କରିପାରିବେ । ଯେପରିକି ଅଁଳା ଆଚାର, ଜୁସ୍, ଜାମ ଆଦି ତିଆରି କରି ସେବନ କରିପାରିବେ ।
ଅଁଳାରୁ ଭିଟାମିନ୍ ସି ମିଳିଥାଏ । ଯାହା ଆପଣଙ୍କ ଶରୀରରେ ମେଟାବଲିଜିମ୍ ଏବଂ ଇମ୍ୟୁନ ସିଷ୍ଟମକୁ ବଢାଇବାରେ ସହାୟକ ହୋଇଥାଏ । ଏହାସହିତ ଶରୀରରେ ଥଣ୍ଡା ଏବଂ ସଂକ୍ରମଣକୁ ରୋକିଥାଏ ଅଁଳା । ତେବେ ଆସନ୍ତୁ ଜାଣିବା ଅଁଳା ର ଫାଇଦା..
ଡାକ୍ତରଙ୍କ ମୁତାବକ, ଅଁଳା ସେବନ କରିବା ଦ୍ୱାରା ପାଟି ଘା ଦୂର ହୋଇଥାଏ । ଅଁଳାକୁ ଏକ ଘରୋଇ ଉପଚାର ଭାବେ ଲୋକେ ବ୍ୟବହାର କରି ପାରିବେ । ସେଥିପାଇଁ ଆପଣ ନିୟମିତ ଦୁଇ ଚାମଚ ଅଁଳା ରସ ରେ ମହୁ ମିଶାଇ ପିଇବା ଦ୍ୱାରା ଆପଣଙ୍କର ଥଣ୍ଡା, କାଶ ଆଦି ଦୂର ହୋଇଥାଏ । ଏହାସହିତ ପାଟି ଘା ରୁ ଛୁଟକାରା ପାଇବା ପାଇଁ ଆପଣ ଅଁଳା ଜୁସ୍ କୁ ଗାରଗିଲ କରି ପାରିବେ ।
ନିୟମିତ ଅଁଳା ଜୁସ୍ ସେବନ କରିବା ଦ୍ୱାରା ଆପଣଙ୍କ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । ଏହାସହିତ ଶରୀରକୁ ସୁସ୍ଥ ରଖିଥାଏ ଅଁଳା ।
ଆସ୍ଥମା ରୋଗୀଙ୍କ ପାଇଁ ଲାଭଦାୟକ ଅଁଳା ଜୁସ୍ । ଏହାବ୍ୟତିତ ମଧୁମେୟକୁ ନିୟନ୍ତ୍ରଣରେ ରଖିଥାଏ ଅଁଳା ।
କେବଳ ଶରୀର ନୁହେଁ କେଶ କୁ ବି ମଜବୁତ କରିଥାଏ ଅଁଳା । ସେଥିପାଇଁ ଅଁଳା ସେବନ କରିବା ଦ୍ୱାରା କେଶକୁ ପ୍ରୋଟିନ୍ ମିଳିଥାଏ । ଏହାଦ୍ୱାରା କେଶ ଝଡିବା କମ ହୋଇଥାଏ ।