ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ କରୋନା କୋପ କମିବାରେ ଲାଗିଛି । ପୂର୍ବାପେକ୍ଷା ଏବେ ଆକ୍ରନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୫ ଶହ ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିଅନୁଯାୟୀ ଆଉ ୪୧୮ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୭୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେଜଣ ରହିଛନ୍ତି ସେଥିପାଇଁ ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 29th November
New Positive Cases : 418
In quarantine: 241
Local contacts: 177(Details of local contacts will be shared by concerned District Administration)
District Wise Cases:
1. Angul: 34
2. Balasore: 19
3. Bargarh: 7
4. Bhadrak: 4
5. Balangir: 15— I & PR Department, Odisha (@IPR_Odisha) November 30, 2020
22. Nawarangpur: 3
23. Nayagarh: 7
24. Nuapada: 23
25. Puri: 13
26. Rayagada: 17
27. Sambalpur: 17
28. Sundargarh: 41
29. State Pool: 5New recoveries: 707
Cumulative tested: 5904570
Positive: 318725
Recovered: 311256
Active cases: 5677— I & PR Department, Odisha (@IPR_Odisha) November 30, 2020
ଅନ୍ୟପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେହିଅନୁଯାୟୀ ପୁଣି ଆଉ ୭୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୭୨୫ ହୋଇଥିବା ବେଳେ ୩୧୧୨୫୬ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ଏବଂ ୫୬୭୭ ଟି ସକ୍ରିୟ ମାମଲା ରହିଛି ।