ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସହି ହେଉନି ହାତର କଷ୍ଟ । ଆଖିର ଲୁହ ଦେଖି ଆପଣ ମଧ୍ୟ କାନ୍ଦି ପକାଇବେ । ନିଜ ହାତରେ ହୋଇଥିବା ଟ୍ୟୁମର ପାଇଁ କଷ୍ଟ ଭୋଗୁଛନ୍ତି ୨୪ ବର୍ଷର କୁନି । ହାତର କଷ୍ଟ ଅସହ୍ୟ । ଟ୍ୟୁମର ଅପରେସନ ପାଇଁ ପାଖରେ ନାହିଁ ଟଙ୍କା । କଷ୍ଟ ସହି ନପାରି କାନ୍ଦି କାନ୍ଦି ଗୁହାରି କରୁଛନ୍ତି କୁନି ଓ ତାଙ୍କ ପରିବାର । ସମସ୍ତଙ୍କୁ ମାଗୁଛନ୍ତି ସାହାଯ୍ୟ । ନିଜ ହାତକୁ ଫେରି ପାଇବା ପାଇଁ ତାଙ୍କ ଆଶା ଅଛି ଯେ ସରକାର ହୁଅନ୍ତୁ କିମ୍ବା କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବେ । ନିଜର ଆର୍ଥିକ ପରିସ୍ଥିତି ଠିକ ନଥିବାରୁ ସମସ୍ତଙ୍କ ସହାତୟା ଲୋଡିଛନ୍ତୁ କୁନି ଓ ତାଙ୍କ ପରିବାର । ସୋସିଆଲ ମିଡିଆରେ ତାଙ୍କ ଭିଡିଓଟି ସେୟାର କରାଯାଇଥିଲା । କୁନିଙ୍କ ଘର ପୁରୀ ଜିଲ୍ଲାରେ । ସୋସିଆଲ ମିଡିଆରେ କୁନିଙ୍କୁ ସହାୟତା ଦେବା ପାଇଁ ତାଙ୍କ ଭିଡିଓ ଅନେକ ଲୋକେ ସେୟାର କରିଥିଲେ । ଏହା ପରେ ଅଭିନେତା ସବ୍ୟସାଚୀ ତାଙ୍କ ଭିଡିଓ ଦେଖି ତାଙ୍କୁ ସହାୟତା କରିଥିଲେ । ଏମ୍ସ ହସ୍ପିଟାଲରେ କୁନିଙ୍କର ଚିକିତ୍ସା ପାଇଁ ଅର୍ଥ ପ୍ରଦାନ କରିଥିଲେ ଓ ନିଜ ଫେସବୁକ ପେଜରେ ତାଙ୍କର ଭିଡିଓ ସେୟାର କରି ସେ ବହୁତ ଜଲଦି ଠିକ ହୋଇଜିବେ ବୋଲି ତାଙ୍କୁ ଆସ୍ୱାସନା ମଧ୍ୟ ଦେଇଥିଲେ । ତେବେ ଆପଣ ମଧ୍ୟ ତାଙ୍କୁ ସାହାଯ୍ୟ କରିପାରିବେ । ତାଙ୍କ ଭାଇଙ୍କ ଆକାଉଣ୍ଟକୁ ସହାୟତାର ରାଶୀ ପ୍ରଦାନ କରି । ତେବେ ତାଙ୍କ ସାନ ଭାଇଙ୍କ ନମ୍ବର ଲେଖି ରଖନ୍ତୁ – ନାମ ବାବୁନା ପଣ୍ଡା , ଫୋନ ନମ୍ବର – ୭୦୭୭୭୯୨୧୬୨ ।
JUST IN
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024
-
ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ | 25 Apr 2024
-
ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 24 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 24 Apr 2024