ଭୁବନେଶ୍ୱର,୧୭ା୨/(ବ୍ୟୁରୋ): ବିପଦ ଶଙ୍କୁଳ ଅବସ୍ଥାରେ ଗଡୁଛି ଅଟୋ । ଭିତରେ ବସୁଛନ୍ତି ୧୫ରୁ ଅଧିକ । ଏ ଦୃଶ୍ୟ ପୁଣି ଆଉ କେଉଁଠି ନୁହେଁ ବରଂ ଦେଖିବାକୁ ମିଳିଛି ରାଜଧାନୀରେ । ଚାରିଆଡେ ଲାଗିଥିବା ସିସିଟିଭି ଓ ଟ୍ରାଫିକ୍ ପୁଲିସ ଆଖି ଆଗରେ ଏଭଳି ହେଉଥିବା ବେଳେ ଟ୍ରାଫିକ ପୁଲିସ ଚୁପ ବସିବାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି ।
ଅଭିଯୋଗ ହୋଇଛି ହେଲମେଟ ପଛରେ ଦୌଡୁଥିବା ଟ୍ରାଫିକ ଏହି ଘଟଣା ବେଳକୁ ଶୋଇପଡୁଛି । ନିକଟରେ ଓଭରଲୋଡ ଯୋଗୁ ଅଟୋ ଓଲଟିବା ଭଳି ଘଟଣା ବହୁବାର ନଜରକୁ ଆସିଛି । ତେବେ ଏନେଇ ବଡ଼ ଅଘଟଣ ଘଟିଲେ ସେଥିପାଇଁ କିଏ ଦାୟି ରହିବ ତାକୁ ନେଇ ଉଠିଛି ପ୍ରଶ୍ନ? ତୁରନ୍ତ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।